ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର : ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ସେହିପରି ଚଳିତ ବର୍ଷ କରୋନାର ୨ୟ ଲହରକୁ ଦେଖି ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାର ମୁଲ୍ୟାୟନ ହୋଇଛି । ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ। ମାଟ୍ରିକ୍ ମୁଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି । ନିର୍ଦ୍ଦାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବା ପାଇଁ ଚେଷ୍ଟା କରାଯାଉଛି । ସେହିପରି ରେଜଲ୍ଟ ପରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେନାହିଁ । ତେବେ ସେମାନ ଆଉ ଥରେ ଆବେଦନ କରିପାରିବେ । ଏବେ ସ୍କୁଲ୍ ଖୋଲାଯିବା ସମ୍ପର୍କରେ କହିବା ସମ୍ଭବ ନୁହେଁ । ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ୍ ଖୋଲିବା ନିଷ୍ପତି ନେବେ ବୋଲି ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ସୂଚନା ଯେ, କରୋନା ସ୍ଥିତି ସୁଧୁରିଲେ ସେମାନେ ପୁନର୍ବାର ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ପକ୍ଷରୁ ମଧ୍ୟ ନିଷ୍ପତ୍ତି ହୋଇଛି । ଦଶମ ଶ୍ରେଣୀରେ ୪ଟିଅଭ୍ୟାସ ପରୀକ୍ଷାର ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ । ଏଥିସହ ମୂଲ୍ୟାୟନ ବେଳେ ନବମର ୪୦ ପ୍ରତିଶତ ଓ ଦଶମର ୬୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ । ପ୍ରତି ବିଷୟରେ ଦୁଇଟି ସର୍ବାଧିକ ନମ୍ବରକୁ ହିଁ ମୂଲ୍ୟାୟନ କରିବାକୁ ସ୍ଥିର ହୋଇଛି । ଅନ୍ୟପଟେ ଯଦି ଜଣେ ଛାତ୍ର ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିବେ, ତେବେ ନବମର ମାର୍କକୁ ଶତପ୍ରତିଶତ ପ୍ରାଧାନ୍ୟ ଦିଆଯିବ । ଆଉ ଯଦି ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିବ ତେବେ ନବମ ଶ୍ରେଣୀର ୭୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ । ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଦଶମରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିଲେ ସେମାନଙ୍କ ମାର୍କ ଉପରେ ସନ୍ଦେହ ଉପୁଜିଛି । ଫଳରେ +୨ ନାମଲେଖା ଲାଗି କଟ୍ ଅଫ୍ ମାର୍କକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଥର ଯେଭଳି ବିକଳ୍ପ ବ୍ୟବସ୍ଥା ହୋଇଛି କଟ୍ ଅଫ୍ ମାର୍କ କମ୍ ରହିବା ଆଶଙ୍କା କରାଯାଉଛି । ତେବେ ରାଜ୍ୟର ପ୍ରତିଷ୍ଠିତ ଜୁନିୟର କଲେଜରେ ନିଜ ପସନ୍ଦର ଷ୍ଟ୍ରିମ୍ରେ ପଢ଼ିବାର ସୁଯୋଗ ମିଳିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି ।
