ମାଟ୍ରିକ୍ ସମ୍ମେଟିଭ-୧ ପରୀକ୍ଷାର ଖାତା ଦେଖା ଆରମ୍ଭ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷାର ଖାତା ଦେଖା ଆଜିଠାରୁ ଆରମ୍ଭ ହୋଇଛି । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖାଯାଉଛି । ୧୨୪୦ ଶିକ୍ଷକ ଏହି ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି । ସକାଳ ୯ଟାରୁ ଖାତା ଦେଖା ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ । ତେବେ ୧୦ ଦିନ ଭିତରେ ସମସ୍ତ ଖାତା ଦେଖା କାର୍ଯ୍ୟ ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି । ଖାତା ଦେଖା କେନ୍ଦ୍ରକୁ ଶିକ୍ଷକମାନଙ୍କୁ ମୋବାଇଲ ଫୋନ୍ ନେବା ଉପରେ କଟକଣା ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ନଭେମ୍ବର ୨୩ରୁ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହୋଇ ୩୦ ତାରିଖରେ ସରିଥିଲା ।
