ଖାନନଗର ଜଗନ୍ନାଥ ମନ୍ଦିରରୁ ବଡ ଧରଣର ଚୋରି
କଟକ : ଖାନନଗରସ୍ଥିତ ଜଗନ୍ନାଥ ମନ୍ଦିରରୁ ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରି ହୋଇଯାଇଛି । ଚୋରମାନେ ମନ୍ଦିର ମୁଖ୍ୟ କବାଟ ତାଲା ଭାଙ୍ଗି ଭିତରେ ପଶି ମନ୍ଦିରର ହୁଣ୍ଡି ବାକ୍ସ ଓ ସୁନା ଗହଣା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ହୁଣ୍ଡି ବାକ୍ସରେ ଲକ୍ଷାଧିକ ଟଙ୍କା ଥିବା ମନ୍ଦିର ପୂଜକ କହିଛନ୍ତି । ବାଦାମବାଡି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଥିବା ବେଳେ ଚୋରଙ୍କ କୈାଣସି ସୁରାକ ପାଇପାରିନାହିଁ । ତେବେ ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ଦିଗରୁ ଅନୁସନ୍ଧାନ ଚଳାଇଥିବା ଜଣାପଡିଛି ।
