ବାହାଘର ନୁହେଁ ଖେଳଘର : : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ନାଟକୀୟ ମୋଡ। ଜଣେ ପତ୍ନୀ ତାଙ୍କ ବୈବାହିକ ଜୀବନକୁ ବଞ୍ଚାଇବାକୁ ଦାୟର କରିଥିବା ଟ୍ରାନ୍ସଫର ମାମଲାର ଶୁଣାଣି ସମୟରେ ଦେଖିବାକୁ ମିଳିଥିଲା ଏପରି ଘଟଣା । ମାମଲାର ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୟ କିଶାନ କୌଶଲ ଏବଂ ଜଷ୍ଟିସ ଅକ୍ଷୟ ଶ୍ରୀନିବାସ ଓକାଙ୍କ ଗଠିତ ଖଣ୍ଡପୀଠ ବିବାହ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ଜଣେ ନିଜ ସାଥୀଙ୍କଠାରୁ କିଛି ଅସମ୍ଭବ ଆଶା କରିବା ଉଚିତ୍ ନୁହେଁ । ବରଂ ସ୍ୱାମୀ-ସ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଅଭିଯୋଗଗୁଡ଼ିକ ଉପରେ ଦୃଷ୍ଟି ଦେବା ଜରୁରୀ ଅଟେ । ଶୁଣାଣି ସମୟରେ ପତ୍ନୀ ଜଣଙ୍କ ବେଞ୍ଚ୍କୁ କହିଥିଲେ ଯେ ସେ ତାଙ୍କର ଦାମ୍ପତ୍ତ୍ୟ ଜୀବନକୁ ପୁନର୍ବାର ଆରମ୍ଭ କରିବାକୁ ଚାହୁଁଛନ୍ତି । ଯେତେବେଳେ ସ୍ୱାମୀ କହିଛନ୍ତି ଯେ ସେମାନଙ୍କର ବିବାହ ପୁଣିଥରେ ଏକାଠି ହୋଇ ନ ପାରିବାରୁ ଭାଙ୍ଗି ଯାଇଛି । ତେଣୁ ସ୍ଥାନାନ୍ତର ଆବେଦନକୁ ବାତିଲ କରାଯାଉ ।
ସ୍ୱାମୀ କହିଛନ୍ତି ଯେ ସେମାନେ କେବଳ ୪୦ ଦିନ ଏକାଠି ଥିଲେ । ଯେଉଁଠିକି ପ୍ରାୟ ଦୁଇ ବର୍ଷ ଧରି ସେମାନେ ଅଲଗା ରହୁଛନ୍ତି । ଆମେ ବର୍ତ୍ତମାନ ଅପରିଚିତ ବ୍ୟକ୍ତିଙ୍କ ଛଡା ଆଉ କିଛି ନୁହଁ ବୋଲି ସେ କହିଛନ୍ତି । ପତ୍ନୀଙ୍କ ଆଇନଜୀବୀ କହିଥିଲେ ଯେ ସେ ସେମାନଙ୍କ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି । ବେଞ୍ଚ କହିଛନ୍ତି, “ଏହା ଶୁଣି ଆମେ ବହୁତ ଖୁସି । କିନ୍ତୁ ଉଭୟ ପକ୍ଷ ବିବାହକୁ ବଞ୍ଚାଇବା ଉଚିତ। କିନ୍ତୁ ଆମେ ବିବାହକୁ ବଞ୍ଚାଇ ପାରିବୁନି । ଶୁଣାଣି ଆରମ୍ଭରେ, ବେଞ୍ଚଙ୍କ ବିସ୍ତାର କୁହାଯାଇଥିଲା କି, ଉଭୟ ପକ୍ଷ ଅଲଗା ହେବାକୁ ଚାହୁଁଛନ୍ତି । ତେଣୁ ଏଥିରେ କୁହାଯାଇଛି ଯେ ଦୁଇ ଯୁବପୀଢୀ, ଯେଉଁମାନଙ୍କ ଆଗକୁ ପୁରା ଜୀବନ ପଢିଛି, ସେମାନେ ଏମିତି କିଛି କରିବାକୁ କାହିଁକି ବାଧ୍ୟ ହେଉଛନ୍ତି?
କୋର୍ଟରେ ହାଜର ହୋଇଥିବା ସ୍ୱାମୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ବିବାହ ଥିଲା ଏକ ‘ହନି ଟ୍ରାପ୍’ ଏବଂ ତାଙ୍କ ପତ୍ନୀ କେବଳ ତାଙ୍କ ଟଙ୍କା ପ୍ରତି ଆଗ୍ରହୀ ଥିଲେ । ସ୍ୱାମୀ କୋର୍ଟଙ୍କୁ କହିଛନ୍ତି ଯେ ସମାଧାନ ପାଇଁ ପତ୍ନୀଙ୍କ ତରଫରୁ ୨ କୋଟି ଟଙ୍କା ଦାବି କରାଯାଇଛି । ପତ୍ନୀ କହିଛନ୍ତି ଯେ ସେ କାନାଡାରେ କାମ କରୁଛନ୍ତି ଏବଂ କୋଭିଡ ଲକଡାଉନ୍ ସମୟରେ ସେ ଭାରତ ଆସିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ମୋ ଜୀବନ ଏବଂ ମୋ କ୍ୟାରିଅରକୁ ନଷ୍ଟ କରିଛନ୍ତି । କିଛି ସମୟ ପାଇଁ ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ କୌଶଲ୍ କହିଛନ୍ତି, ଯେତେବେଳେ ଦୁଇଜଣ ଭଲ ଲୋକ ସାକ୍ଷାତ କରିପାରନ୍ତି ନାହିଁ ସେତେବେଳେ କଣ କରିବା ଉଚିତ୍?
ଦୁଇ ଜଣଙ୍କୁ ଏକାଠି ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ସ୍ୱାମୀ ଯୁକ୍ତି କରିଥିଲେ, ” ମାନ୍ୟବର , ମୁଁ ମୋର ପିତାମାତାଙ୍କ ସହ ରହେ ।ବୃଦ୍ଧାବସ୍ଥାରେ ସେମାନଙ୍କ ଦାୟିତ୍ୱ ନେବା ମୋର କର୍ତ୍ତବ୍ୟ ବୋଲି ମୁଁ ଭାବେ । ତେବେ ମୋ କାନାଡିୟ ପତ୍ନୀଙ୍କ ଦୃଷ୍ଟିକୋଣ ହେଉଛି ଯେ ଆମେ ଆମର ପିତାମାତାଙ୍କ ସହ ରହିବା ଉଚିତ୍ ନୁହେଁ । ଏହା ମୋର ମୂଲ୍ୟବୋଧର ଅଂଶ ନୁହେଁ ଏବଂ ସଂସ୍କୃତି। ” ତେବେ, ବେଞ୍ଚ ମଧ୍ୟ ଏହା ଶୁଣିବା ପରେ ନିଜର ମତ ରଖିଥିଲେ । ବେଞ୍ଚ ପକ୍ଷରୁ କୁହାଯାଇଥିଲା କି, ପିତାମାତାଙ୍କ ଯତ୍ନ ନେବା ଉଚିତ୍ । କିନ୍ତୁ ଏପରି ସ୍ଥିତିରେ ବିବାହ କରିବା ଉଚିତ୍ ନଥିଲା । ଆହୁରି ମଧ୍ୟ ତୁମକୁ ଗୋଟିଏ ଏପରି ପିଲା ଦେଖିବା ବିବାହ କରିବାର ଥିଲା ଯିଏକି, ଚାକିରୀ ନକରି କେବଳ ତମ ପିତା ମାତାଙ୍କର ଯନ୍ତ୍ର ନେଇଥାନ୍ତି । କିନ୍ତୁ ନାଁ ତୁମେ କାନାଡାରେ ରହୁଥିବା ବିବାହ କଲ, ଯିଏକି ନିଜର କାମ ଦାମ ଛାଡି ଏଠାକୁ ଆସିବାକୁ ବାଧ୍ୟ କରୁଛ । ଯାହାକି ସଂପୂର୍ଣ୍ଣ ଅସମ୍ଭବ । ବେଞ୍ଚ କହିଛନ୍ତି ଯେ ଏହା ଏପରି ନୁହେଁ ଯେଉଁଠାରେ ଧାରା ୧୪୨ ଅନୁଯାୟୀ କ୍ଷମତା ପ୍ରୟୋଗ କରାଯାଇପାରିବ । ଏହା ଏମିତି ମାମଲା ନୁହେଁ ଯେଉଁଠାରେ ଉଭୟ ପକ୍ଷ ଅଲଗା ରୁହନ୍ତି, ବିବାହ ବିକଳ୍ପ ମାତ୍ର । ଏପରି ସ୍ଥିତିରେ ଆମେ ଧାରା ୧୪୨ ଅନୁଯାୟୀ କ୍ଷମତା ପ୍ରୟୋଗ କରିପାରିବା ନାହିଁ । ଉଭୟ ପକ୍ଷର ଆବେଦନ ଶୁଣିବା ପରେ ବେଞ୍ଚ ମୂର୍ଖତା ଶବ୍ଦର ବ୍ୟବହାର କରି କହିଛନ୍ତି ଏମିତି ସ୍ଥିତି ଉପୁଜିନି ଯେ, ବିବାହକୁ ସମାପ୍ତ କରିବାକୁ ପଡିବ ।
ବାସ୍ତବରେ ଉଭୟ ପକ୍ଷରୁ କିଛି ମତଭେଦ ରହିଛି, କିନ୍ତୁ ଏହା ବିବାହ ଭାଙ୍ଗିବା ସ୍ଥିତିରେ ପହଞ୍ଚି ନାହିଁ । ଏବଂ ବିବାହ ଏପରି କାଜୁଆଲ୍ ଜିନିଷ ନୁହେଁ। ଏହା ପାଶ୍ଚାତ୍ୟ ବ୍ୟବସ୍ଥା ନୁହେଁ, ଯେଉଁଠାରେ ତୁମେ ଆଜି ବିବାହ କରିବ ଏବଂ ଆସନ୍ତାକାଲି ଛାଡପତ୍ର ଦେଇଦେବ । ଆମେ ସେପରି ନିଷ୍ପତ୍ତି ନେଇପାରିବୁ ନାହିଁ । ବେଞ୍ଚ କହିଛନ୍ତି ଯେ ଯଦି ଉଭୟ ପକ୍ଷ ଠାରେ ପାଶ୍ଚାତ୍ୟ ସଭ୍ୟତା ଦୃଶ୍ୟମାନ ହୋଇଥାନ୍ତି ତେବେ ଆମେ ଅଲଗା ହେବାର ଅନୁମତି ଦେଇଥାନ୍ତୁ । କିନ୍ତୁ ଏହା ଏକପାଖିଆ ହେତୁ ଏମିତି ନିଷ୍ପତ୍ତି ହୋଇପାରିବ ନାହିଁ ।
