ପୁଣି ରାଇଘର ଅଞ୍ଚଳରେ ମାଓ ପୋଷ୍ଟର
ନବରଙ୍ଗପୁର : ପୁଣି ନବରଙ୍ଗପୁର ଜିଲା ରାଇଘର ଅଞ୍ଚଳରେ ମାଓ ପୋଷ୍ଟର । ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକ ଓ ନର୍ସଙ୍କ ଭଳି କିଛି ସରକାରୀ କର୍ମଚାରୀଙ୍କ ବିଭିନ୍ନ ଦାବିକୁ ନେଇ ସରକାରଙ୍କ ନିକଟରେ ବାରମ୍ବାର ଜଣାଇ ଆସୁଥିବା ବେଳେ ଏହି କର୍ମଚାରୀଙ୍କୁ ମାଓ ସଙ୍ଗଠନ ସହଯୋଗର ହାତ ବଢାଇଛି।
ଏହି ଅବସରରେ ଆଜି ଉଦନ୍ତି ଏରିଆ କମିଟି ପକ୍ଷରୁ ରାଇଘର ଥାନା ଅନ୍ତର୍ଗତ ଜୋଡିଙ୍ଗା ମୁଖ୍ୟ ରାସ୍ତାରେ ବ୍ୟାନର ଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏହି ବ୍ୟାନରରେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ଯାହା ଯାହା ଦାବି ରହିଛି, ସେଗୁଡ଼ିକକୁ ତୁରନ୍ତ ପୂରଣ କରାଯିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି।
