ମଞ୍ଜୁବାଳାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି
କଟକ : ସ୍ଥାନୀୟ ୫୩ନଂ ୱାର୍ଡ ସ୍ଥିତ ଅନ୍ଦରପୁରର ସାଇ ବୃନ୍ଦାବନ ଗାର୍ଡେନଠାରେ ସମାଜସେବୀ ଡଃ ବ୍ୟୋମକେଶ କାନୁନଗୋଙ୍କ ମା’ ମଞ୍ଜୁବାଳା କାନୁନଗୋଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଉପସ୍ଥିତ ରହି ସ୍ୱର୍ଗତା କାନୁନଗୋଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଏକାଦଶାହ ଅବସରରେ ସ୍ଥାନୀୟ କର୍ପୋରେଟର ଅରବିନ୍ଦ ଜେନା ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମୁରବି ଡଃ ବିପିନ ବିହାରୀ ଭୋଳ, ମନିନ୍ଦ୍ର ଗୋଚ୍ଛାୟତ, ରଜନୀକାନ୍ତ ପରିଜା, ସାରଙ୍ଗପାଣି ଷଡଙ୍ଗୀ, ଜିତେନ୍ଦ୍ର ସାହୁ, ଲୋକନାଥ ଲେଙ୍କା, ପ୍ରମୋଦ ଭୋଳ, ବିଦୁଲତା ସ୍ୱାଇଁ, ଅଭୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତା କାନୁନଗୋଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
