ଆଇପିଏଲ୍ ଟିମ୍ କ୍ରୟ କରିବାକୁ ଆଗ୍ରହି ବିଶ୍ୱର ପ୍ରତିଷ୍ଠିତ ଫୁଟବଲ୍ କ୍ଲବ୍ ମଞ୍ଚେଷ୍ଟର ୟୁନାଇଟେଡ୍
ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଟିମ୍ କିଣିବାକୁ ଆଗ୍ରହି ବିଶ୍ୱର ପ୍ରତିଷ୍ଠିତ ଫୁଟବଲ୍ କ୍ଲବ୍ ମଞ୍ଚେଷ୍ଟର ୟୁନାଇଟେଡ୍ । ବିସିସିଆଇ ଦୁଇଟି ନୁଆ ଆଇପିଏଲ ଟିମ୍ ନିଲାମ ତାରିଖ ଘୁଞ୍ଚାଇବା ପରେ ଏହି ଖବର ଶୁଣବାକୁ ମିଳିଛି । ଆଇପିଏଲର ଅଂଶ ହେବାକୁ ଆଗ୍ରହ ଦେଖାଇବା ପରେ ଅକ୍ଟୋବର ୫ ର ପ୍ରାରମ୍ଭିକ ସମୟସୀମା ଠାରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଦୁଇଟି ପ୍ରସ୍ତାବିତ ନୂତନ ଆଇପିଏଲ୍ ଟିମ୍ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏର ମାଲିକାନା ତଥା ପରିଚାଳନା କରିବାର ଅଧିକାର ପାଇଁ ଟେଣ୍ଡର କ୍ରୟ କରିବାର ତାରିଖ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ମଞ୍ଚେଷ୍ଟର ୟୁନାଇଟେଡ୍ ମାଲିକମାନଙ୍କ ଦ୍ୱାରା ଦର୍ଶାଯାଇଥିବା ଆଗ୍ରହ ବିଷୟରେ ଖବର ପ୍ରକାଶ ପରେ ଏ ନେଇ ବିସିସିଆଇ ପକ୍ଷରୁ ଜନେ ଶଧିକାରୀ ନାମ ଗୋବନ ସର୍ତ୍ତରେ ଗଣମାଧ୍ୟମକୁ କହିଛନ୍ତିଯେ “ହଁ, ଏହା ସତ୍ୟ ଯେ ସେମାନେ ଆଗ୍ରହ ଦେଖାଇଛନ୍ତି ଏବଂ ବିସିସିଆଇ ଦ୍ୱାରା ନିଲାମ ଡେଡ୍ ଲାଇନ୍ ବିସ୍ତାର ହେବାର ଏହା ଅନ୍ୟତମ କାରଣ ହୋଇପାରେ। ଆଇପିଏଲ୍ କେବଳ ଭାରତରେ ସୀମିତ ନୁହେଁ, ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ସଂସ୍ଥା। ଆଗ୍ରହୀ ବ୍ୟକ୍ତିଙ୍କ ଅନୁରୋଧ ଅନୁଯାୟୀ ବିସିସିଆଇ ବର୍ତ୍ତମାନ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି। ଅକ୍ଟୋବର ୧୦, ୨୦୨୧ ପର୍ଯ୍ୟନ୍ତ ଟିମ୍ ଡକ୍ୟୁମେଣ୍ଟ କ୍ରୟ କରିବାର ତାରିଖ ବୃଦ୍ଧୀ ବିଷୟରେ ବିସିସିଆଇ ସଚିବ ଜୟ ଶାହା ଏକ ବିବୃତ୍ତିରେ କହିଛନ୍ତି। ପ୍ରତ୍ୟେକ ଟିମ୍ର ମୁଲ୍ୟ ୧୦,୦୦,୦୦୦ (କେବଳ ଦଶ ଲକ୍ଷ ଟଙ୍କା) ଏବଂ ଯେକୌଣସି ପ୍ରଯୁଜ୍ୟ ଦ୍ରବ୍ୟ ଏବଂ ସେବା ଟିକସ ଫେରସ୍ତ ହୋଇନଥିବା ଟେଣ୍ଡର ଫି ରସିଦ ଉପରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବ । ନିମନ୍ତ୍ରଣ ଦଲିଲରେ ଥିବା ଅନ୍ୟ ସମସ୍ତ ସର୍ତ୍ତାବଳୀ ପ୍ରଯୁଜ୍ୟ ହେବ । ବିବୃତ୍ତିରେ କୁହାଯାଇଛି ଯେ ଟିମ୍ କ୍ରୟ ପାଇଁ ଅଧିକ ବିବରଣୀ ପାଇବାକୁ ଇଚ୍ଛୁକ ପକ୍ଷମାନଙ୍କୁ ସଗ୍ଧଗ୍ଧସକ୍ଟ୍ରକ୍ଷ୨୦୨୧ଅଭମମସ.ଗ୍ଧଙ୍ଖ ରେ ଇମେଲ କରିବାକୁ ଅନୁରୋଧ କରାଯାଇଛି।
