ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ମାନସ
ପୁରୀ : ସ୍ୱର୍ଣ୍ଣ ପଦକ ଅପେକ୍ଷାରେ ଭାରତ । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭେଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଆଶା ବ୍ୟକ୍ତ କରିଛନ୍ତି ଖେଳାଳି ନିରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚନ୍ତୁ।
ସାରା ଭାରତ ବାସୀ ତାଙ୍କ ପ୍ରଦର୍ଶନରେ ଆଶାବାଦୀ ଏବଂ ଆଶା କରୁଛୁ ପ୍ରତ୍ୟେକ ଭାରତୀୟଙ୍କ ପ୍ରାର୍ଥନା ଏବଂ ସ୍ନେହ ଶ୍ରଦ୍ଧା ନିରଜ ଚୋପ୍ରାଙ୍କୁ ସ୍ୱର୍ଣ୍ଣ ପଦକ ଜିତିବାରେ ସହାୟ ହେଉ। ବାଲିରେ ନିରଜ ଚୋପ୍ରାଙ୍କ ପ୍ରତିମୂର୍ତ୍ତି ର୍ନିମାଣ କରି “India waiting for Gold “ର ବାର୍ତ୍ତା ଦେଇଛନ୍ତି ମାନସ। ପ୍ରତ୍ୟେକ ଭାରତୀୟଙ୍କ ପ୍ରାର୍ଥନା ଏବଂ ସ୍ନେହ ଶ୍ରଦ୍ଧା ନିରଜ ଚୋପ୍ରାଙ୍କୁ ଗୋଲ୍ଡ ମେଡାଲ୍ ଜିତିବାରେ ସହାୟ ହେବ। ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା।
