ମମିତା ମେହେର ହତ୍ୟା ମାମଲା : ରାଜଭବନ ସମ୍ମୁଖରେ ଯୁବ କଂଗ୍ରେସର ଅହୋରାତ୍ର ଗଣଧାରଣା
ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାରେ ଥମୁନି ତାତି । ଏହି ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବିରେ ଶନିବାର ଠାରୁ ରାଜଭବନ ସମ୍ମୁଖରେ ଅହୋରାତ୍ର ଗଣଧାରଣା ଆରମ୍ଭ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ।
ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀ ଅହୋରାତ୍ର ଗଣଧାରଣା ଆରମ୍ଭ କରିଛନ୍ତି । ମମିତା’ ହତ୍ୟା ମାମଲାରେ ସମ୍ପୃକ୍ତ ସଭାପତି ରଣହୁଙ୍କାର ଦେଇଛନ୍ତି । ୮ ତାରିଖରେ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକପତ୍ର ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦିଆଯିବ । କୌଣସି କାର୍ଯ୍ୟାନୁଷ୍ଠାନ ନିଆନଗଲେ ୯ ତାରିଖରେ ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବେ । ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ଯୁବ କଂଗ୍ରେସ ଦିଲ୍ଲୀ ଚଲୋ ଡାକରା ଦେବ । ୧୦ରେ ରାଷ୍ଟ୍ରପତିଙ୍କୁ ବି ଦାବିପତ୍ର ପ୍ରଦାନ କରାଯିବାର ଯୋଜନା କରିଛି କଂଗ୍ରେସ।
