ମମିତା ମେହେର ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ପୋଲିସର କ୍ରାଇମ୍ ରିକ୍ରିଏସନ
କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ନେଇ ପୋଲିସର କ୍ରାଇମ୍ ରିକ୍ରିଏସନ କରିଛି। ଶୁକ୍ରବାର ଭୋର ପ୍ରାୟ ୪ଟା ୧୫ ମିନିଟ ସମୟରେ ମହାଲିଙ୍ଗ ଖେଳ ପଡିଆରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କୁସଲକର ନୀତିନ ଡାଗଡୁଙ୍କ ଉପସ୍ଥିତିରେ ଅଭିଯୁକ୍ତ ଗୋବିନ୍ଦ ସାହୁର କ୍ରାଇମ୍ ରିକ୍ରେଏସନ କରାଯାଇଛି।
ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବଲାଙ୍ଗୀରରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ମହାଲିଙ୍ଗ ଅଣାଯାଇଥିଲା। ମହାଲିଙ୍ଗ, ଚାନ୍ଧୋତରା , କୁରସୁଡରେ ଅଭିଯୁକ୍ତର କ୍ରାଇମ୍ ରିକ୍ରେଏସନ କରାଯାଇଥିଲା। ବର୍ତ୍ତମାନ ମୃତଦେହ ଉଦ୍ଧାର ସ୍ଥାନରେ ଫୋରନସିକର ୩ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି। ସକାଳୁ ଲୋକ ଉଠିବା ପୁର୍ବରୁ ପୋଲିସ କ୍ରାଇମ୍ ରିକ୍ରିଏସନ ସାରି ସିନ୍ଧେକେଲା ଥାନା ନେଇଛି। ସେପଟେ ଗୋବିନ୍ଦଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଛି ପୋଲିସ। ମୁଖ୍ୟ ଅଭିଯୋଗ ସହ ତଥ୍ୟକୁ ନଷ୍ଟ କରିବାରେ ସାମିଲ ଥିଲେ ରାଧେ ଓ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ କୋର୍ଟରେ ପ୍ରମାଣ କରିବା ପାଇଁ ଯାହା ତଥ୍ୟ ଆବଶ୍ୟକ ତାହା ବର୍ତ୍ତମାନ ଯୋଗାଡ଼ କରଯାଉଛି। ଅତି ଶୀଘ୍ର ଚାର୍ଜସିଟ ପ୍ରସ୍ତୁତ କରିବା ସହ କୋର୍ଟରେ ଦାଖଲ କରାଜିବ । ଏନେଇ ଉତ୍ତରାଞ୍ଚଳ ଡ଼ିଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି।
