ମମିତା ମେହେର ହତ୍ୟା ଘଟଣା : ଆଜି ୧୨ ଘଣ୍ଟିଆ ଗଜପତି ଜିଲା ବନ୍ଦ
ଗଜପତି : ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଥମୁନି ତାତି। ଏହି ପରିପ୍ରେକ୍ଷୀରେ ଆଜି ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଉଛି । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପକ୍ଷରୁ ପିକେଟିଂ କରାଯାଉଛି । ଦୋକାନ ବଜାର ବନ୍ଦ ରହିଥିବାବେଳେ ଗାଡି ଚଳାଚଳ ଠପ ରହିଛି । କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି । ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରିବାକୁ କହିଛନ୍ତି ଗଜପତି ଜିଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ।
ସେପଟେ ବନ୍ଦର ପ୍ରଭାବ ସକାଳୁ ସକାଳୁ ଜିଲାରେ ଦେଖିବାକୁ ମିଳିଛି । ଜିଲାର ମୋହନା, ଚନ୍ଦ୍ରଗିରି, ଅଡବା, ଆର. ଉଦୟଗିରିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ବିଜେପି କର୍ମୀ ପିକେଟିଂ କରିବା ଆରମ୍ଭ କରିଛନ୍ତି । ଦୋକାନ ବଜାର ଏବଂ ବସ୍ ଚଳାଚଳ ବନ୍ଦ ରହିଛି । ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଗିରଫ କରି କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି। ତେବ କେ ନାରାୟଣ ରାଓ ଅଭିଯୋଗ କରିଥିଲେ ଯେ ମମିତା ମେହେରଙ୍କ ହତ୍ୟାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ସତ୍ତ୍ୱେ ତାଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି ସରକାର । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ହେଉଛନ୍ତି ନା ତାଙ୍କୁ ବହିଷ୍କାର କରାଯାଉଛି । ତେଣୁ ତଦନ୍ତ ନିରପେକ୍ଷ ହେବାର ଆଶଙ୍କା ରହିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ମାହାଙ୍ଗା ଡବଲ ମର୍ଡର, ପରୀ ହତ୍ୟା, ପିପିଲି ଆଦି ଘଟଣାରେ ଠିକରେ ତଦନ୍ତ ହୋଇପାରିନଥିଲା ।
