ପରଲୋକରେ ମାଲାୟାଲମ୍ କମେଡି ଅଭିନେତ୍ରୀ ସୁବି ସୁରେଶ
ମୁମ୍ଵାଇ : ପରଲୋକରେ ମାଲାୟାଲମ୍ କମେଡି ଅଭିନେତ୍ରୀ ତଥା ପ୍ରସିଦ୍ଧ ଟିଭି ହୋଷ୍ଟ ସୁବି ସୁରେଶ। ସୁବି ଯକୃତ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ରହି ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ । ବୁଧବାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୪୧ ବର୍ଷ ବୟସ ହୋଇଥିଲା ।
ସୁବି ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ଚେହେରା । ଯିଏକି ସମସ୍ତ ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ । ସୁବି ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ମିମିକ୍ରି କଳାକାର ରୂପେ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ କମେଡି ଶୋ ‘ସିନେମାଲା’ ଖୁବ୍ ଚର୍ଚ୍ଚାରେ ଥିଲା । ସେ ଟିଭି ଶୋ’ରେ ଅନେକ ପ୍ରକାରର ଭୂମିକା ଗ୍ରହଣ କରି ଲୋକଙ୍କ ହୃଦୟ ଜିତିଥିଲେ। ତାଙ୍କର ଲୋକପ୍ରିୟତା ହେତୁ ସେ ମାଲାୟାଲମ୍ ଚଳଚ୍ଚିତ୍ରରେ କିଛି ଭୂମିକା ଗ୍ରହଣ କରିଥିଲେ । ବିଶେଷ କରି ସେ ‘ହାପି ହସବ୍ୟାଣ୍ଡ ‘ ଏବଂ ‘କଙ୍କନାସିମହସନମ୍’ ଭଳି ଚଳଚ୍ଚିତ୍ରରେ କମେଡି ରୋଲ ପାଇଁ ବେଶ ଜଣାଶୁଣା ।
ମିଡିଆ ରିପୋର୍ଟ ଅନୁଯାୟୀ, କମେଡିଆନ ହରିଶ୍ରୀ ଅଶୋକନ୍ କହିଛନ୍ତି, ‘ମୁଁ ଜାଣି ନଥିଲି ଯେ ସେ ଏହି ରୋଗରେ ପୀଡିତ ଥିଲେ। ତେ ସେ ଜଣେ ଚୁଲବୁଲି ସ୍ଵଭାବର ବ୍ୟକ୍ତିତ୍ୱ ଥିଲେ । ବର୍ତ୍ତମାନ ସେ ଏ ଦୁନିଆ ଛାଡିକି ଚାଲିଯାଇଛନ୍ତି। ଏହା ବ୍ୟତୀତ ହାସ୍ୟ ଅଭିନେତା ତଥା ଅଭିନେତା ରମେଶ ପିଶାରୋଡି ଏସିଆନେଟ ନ୍ୟୁଜକୁ କହିଛନ୍ତି, ‘ଗତ ୧୫ ଦିନ ଧରି ସେ ଭଲ ନଥିଲେ। ଆମେ ଜଣେ ଡୋନରକୁ ଆଣିବାକୁ ବହୁତ ଚେଷ୍ଟା କରିଥିଲୁ କିନ୍ତୁ ତାହା ହେଲା ନାହିଁ । ସେ କମେଡି କ୍ଷେତ୍ରରେ ଏକମାତ୍ର ମହିଳା ଯୋଦ୍ଧା ଥିଲେ। ସେ ନିଜ ପରିବାରର ଯତ୍ନ ନେବା ପାଇଁ ୨୦ ବର୍ଷ ଧରି ସଂଘର୍ଷ କରିଥିଲେ।
