ନେଟ୍ ପ୍ରାକ୍ଟିସ୍ରେ ଛକ୍କା ମାରିଲେ ମାହି, ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ : ଆଇପିଏଲ ଅବଶିଷ୍ଟ ମ୍ୟାଚ୍ରେ ମାହିଙ୍କ ବ୍ୟାଟରୁ ପୁଣିଥରେ ଦେଖିବାକୁ ମିଳିପାରେ ହେଲିକପ୍ଟର ସର୍ଟ । ଏହାର ପୂର୍ବରୁ ସେ ଦେଖାଇ ଦେଲେଣି ଝଲକ୍ । ନେଟ୍ ପ୍ରାକ୍ଟିସରେ ଖୁବ ବୁହାଉଛନ୍ତି ଝାଳ । ଧୋନୀଙ୍କ ବିଶାଳ ଛକାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଯେଉଁଥିରେ ଧୋନୀ ଚହରଙ୍କ ବଲରେ ଏକ ଛକା ମାରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ତରଫରୁ ଭିଡିଓଟିକୁ ସୋସିଆଲ ମିଡିଆରେ ସାୟାର କରାଯାଇଛି । ସୂଚନା ଥାଉକି, ଆସନ୍ତା ୧୯ ତାରିଖରୁ ୟୁଏଇରେ ଖେଳାଯିବ ଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ୍ । ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ-ମୁମ୍ବାଇ । ଚେନ୍ନାଇ ଟିମ୍ ୟୁଏଇରେ ପହଂଚି ପ୍ରାକ୍ଟିସ ଆରମ୍ଭ କରିଥିବା ବେଳେ ଧୋନୀ କିନ୍ତୁ ଫରଫରମାନ୍ସକୁ ଫେରିବାକୁ ଖୁବ କରିଛନ୍ତି ଅଭ୍ୟାସ । ଦୀର୍ଘ ସମୟ ଧରି କ୍ରିଜରେ ପ୍ରାକ୍ଟିସ କରୁଛନ୍ତି ପ୍ରାକ୍ଟିସ । ଭିଡ଼ିଓରେ ଧୋନୀ, ରୈନା, ୠତୁରାଜ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି । ସେହିଭଳି ଦୀପକ ଚହର ବୋଲିଂ କରୁଥିବା ବେଳେ ଧୋନୀ ବଡ ବଡ ସଟ୍ ମାରୁଥିବାର ଦେଖିବାକୁ ମିଳିଛି ।
