ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ଶ୍ରାଦ୍ଧ ଦିବସ ପାଳିତ ସମଗ୍ର ଓଡିଶାର ବିକାଶ କାର୍ଯ୍ୟ ପାଇଁ ମହାରାଜା ଅବିସ୍ମରଣୀୟ ହୋଇ ରହିଛନ୍ତି
ବାରିପଦା : ଆଜି ମୟୂରଭଂଜର ପ୍ରାତସ୍ମରଣୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜ ଦେଓଙ୍କର ଶ୍ରାଦ୍ଧ ଦିବସ ଉପଲକ୍ଷେ ବାରିପଦା ରାଣିବାଗ ସ୍ଥିତ ମହାରାଜାଙ୍କ ସମାଧି ସ୍ଥଳରେ ଓଡିଆ ଜାଗରଣ ମଂଚ ଏବଂ ମୟୂରଭଂଜ ହେରିଟେଜ ୱାକ ତରଫରୁ ଏକ ଶ୍ରଦ୍ଧାଂଜଳି ସଭା ଆୟୋଜିତ ହୋଇ ଯାଇଛି । ଓଡିଆ ଜାଗରଣ ମଂଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବାରିପଦା ଉପନଗରପାଳ ସୀମା ଦାସ, ବରିଷ୍ଠ ଶିକ୍ଷାବିତ ନରେନ୍ଦ୍ର ମହୋନ ସେନାପତି, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ଉଦୟ ନାଥ ଜେନା, ପଣ୍ଡିତ ଭାଗବତ ପଣ୍ଡା, ପୀତାମ୍ବର ମଲ୍ଲିକ, ଦୀପକ କୁମାର ନାୟକ, ମୟୂରଭଂଜ ହେରିଟେଜ ୱାକର ଆବାହକ କୁମାରେଶ ନାୟକ, କିଶୋର କୁମାର ମହାନ୍ତି, ଜୟ ପ୍ରକାଶ ସିଂହ, ଶ୍ରୁତି ସ୍ୱପ୍ନା, ସ୍ୱାତୀ ସାହା, ତ୍ରିଶା ପୃଷ୍ଟି, ଲିଲିମା ସାହୁ, ଶ୍ରାବଣୀ ପ୍ରଧାନ, ଅପର୍ଣ୍ଣା ସିଂହ, ଅର୍ପିତା ବେହେରା, ଝରଣା ସି, ପାରାୟଣୀ ସୋରେନ, ରାନୀ ଟୁଡୁ ତଥା ବହୁ ଯୁବ ସଦଶ୍ୟ ଯୋଗ ଦେଇ ମହାରାଜା ଶ୍ରୀରାମ ଚନ୍ଦ୍ର ନିଜର ସ୍ୱଳ୍ପ ଜୀବନ କାଳ ମଧ୍ୟରେ କେବଳ ନିଜ ରାଜ୍ୟ ମୟୂରଭଂଜର ନୁହେଁ ସମଗ୍ର ଓଡିଶାର ବିକାଶ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଅବିସ୍ମରଣୀୟ ବୋଲି କହିଥିଲେ । ଉପନଗରପାଳ ଶ୍ରୀମତୀ ଦାସ ସମାଧି ସ୍ଥଳର ଉନ୍ନତି କରଣ ପାଇଁ ପ୍ରତିଶୃତି ଦେଇଥିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
