ମହାନଦୀ ବିହାର ମହିଳା ସମିତିର ମୀନାବଜାର
କଟକ : ମହାନଦୀବିହାର ମହିଳା ସମିତି ପକ୍ଷରୁ ସ୍ଥାନୀୟ ମହିଳା କଲେଜ ପ୍ରାଙ୍ଗଣରେ ଏକ ମୀନାବଜାର ଆୟୋଜିତ ହୋଇଯାଇଛି । ସଭାନେତ୍ରୀ ଇନ୍ଦୁ ଦାଶ, କର୍ପୋରେଟର ଇଂ ସୁବ୍ରତ ଘଡାଇ, ଇଂ ଗୋପାଳକୃଷ୍ଣ ବେହେରା, ହିମାଂଶୁ ଷଡଙ୍ଗୀ, ନିବେଦିତା ଷଡଙ୍ଗୀ, ସୋହାଗିନୀ ବେହେରା ଓ ନମିତା ଦାଶଙ୍କ ଉପସ୍ଥିତିରେ ଉକ୍ତ ମୀନାବଜାରଟି ଉଦଘାଟିତ ହୋଇଥିଲା । ଏଥିରେ ସଭ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ପିଠାପଣା, କେକ୍, ଦହିବରା, ଆଳୁଦମ୍, ମୋମୋ, ଚିକେନ ପକୋଡା, ବିରିୟାନୀ, ଚା, କଫି, ଝାଲମୁଢି, ଚିକେନ ଚପ୍, ପନିର ମୋମୋ, ବଡି ପାମ୍ପଡ, ପ୍ରସାଧାନ ସାମଗ୍ରୀ ଓ ପୋଷାକମାନ ବିକ୍ରୟ କରାଯାଇଥିଲା । ମହାନଦୀବିହାର ଅଧିବାସୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଖାଦ୍ୟ ପାନୀୟର ମଜା ଉଠାଇବା ସହିତ ଅନେକ ସାମଗ୍ରୀ କିଣି ସଭ୍ୟାମାନଙ୍କୁ ଉତ୍ସାହିତ କରିଥିଲେ ।
