ମହାନଦୀ ବିହାର ଡକାୟତି ଘଟଣା, ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ସୁରାକ
କଟକ : ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଦିନ ଦ୍ବି ପହରେ ଆତଙ୍କ ମଚାଉଛନ୍ତି ଲୁଟେରା । ଆଇନ କାନୁନକୁ ଡରୁ ନାହାଁନ୍ତି କି ଖାତିର କରୁ ନାହାଁନ୍ତି । ଏକଥା ଆମେ କହୁନୁ ଶୁକ୍ରବାର କଟକ ମହାମଦୀ ବିହାରର ଡକାୟତି ଘଟଣା ଏହିଁ ବୟାନ କରୁଛି । ମହାନଦୀ ବିହାରରେ ଜଣେ ବିଲଡରଙ୍କ ଘରୁ କଳାକାନା ବୁଲାଇଥିଲେ ଲୁଟେରା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ଏନେଇ କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ ହୋଇଛି ବୋଲି ସେ କହିଛନ୍ତି । ଖୁବଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ସୂଚନା ଅନୁସାରେ , ଶୁକ୍ରବାର ମହାନଦୀ ବିହାର ଅଂଚଳରେ ବଡ ଧରଣର ଡକାୟତି ହୋଇଛି । ସେହି ଅଞ୍ଚଳରେ ରୁହନ୍ତି, ବିଲଡର ଦୀପ୍ତି ପଟ୍ଟନାୟକଙ୍କ ପରିବାର । ଶୁକ୍ରବାର ଭୋର ସମୟରେ ଘରେ ସମସ୍ତ ଶୋଇଥିଲେ । ଏହାର ସୁଯୋଗ ପାଇ ଲୁଟେରା ଗ୍ୟାଙ୍ଗ ଘରେ ପଶିଥିଲେ । ଆଉ ଚୋରୀ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଘରେ ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ପରେ ଲୁଟ୍ ଉଦ୍ଦେଶ୍ୟରେ ଗୃହକର୍ତ୍ତାଙ୍କୁ ଆକ୍ରମଣ କରିବା ସହ ଗୋଡହାତ ବାନ୍ଧି ଦେଇଥିଲେ। ପରେ ଘରୁ ଆଖି ପିଛୁଳାକେ ନଗଦ ୧୮.୫ ଲକ୍ଷ ଟଙ୍କା ସହ ସୁନା ,ରୂପା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୁତ୍ତ । ଦୃବୃର୍ତ୍ତଙ୍କ ଆକ୍ରମଣରୁ ବଞ୍ଚାଇବା ପାଇଁ ଗୃହକର୍ତ୍ତା ଚିକ୍କାର କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ କେହି ଆସି ନ ଥିଲେ। ପରେ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ଓ ସାଇନ୍ଟିଫିକ ଟିମ୍ ପହଞ୍ଚି ଥିଲା । ଏବଂ ଗୃହକର୍ତ୍ତାଙ୍କୁ ଉଦ୍ଧାର କରିଥିଲା । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ପ୍ରମାଣ ନଷ୍ଟ ପାଇଁ ଡକାୟତ ଲୁଟି ନେଇଛନ୍ତି ସିସି ଟିଭି ହାର୍ଡଡିସ । ଘଟଣା ସ୍ଥଳରେ ଚାଉଳିଆ ଗଞ୍ଜ ପୋଲିସ ଏବଂ ସାଇଣ୍ଟିପିକ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଛାନଭିନ୍ କରିଥିଲା। ତେବେ କହିବାକୁ ଗଲେ ପୋଲିସକୁ ପୁଣି ଖୋଲା ଚାଲେଞ୍ଜ ଦେଇଛନ୍ତି ଦୁବୃର୍ତ୍ତ । କିଛି ଦିନର ବ୍ୟବଧାନ ପରେ ପୁଣି ଏଭଳି ଲୁଟପାଟ ଘଟଣା ସାମ୍ନାକୁ ଆସିଛି କଟକ ସହରରେ। ସେପଟେ ଲୁଟେରାଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସ ପ୍ରତ୍ୟକ ଦିନ କିଛି ନା କିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ।
