ଜାଦୁଇ ପିଟାରା ଶିଶୁମାନଙ୍କ ମନରେ ନୂଆ ଉତ୍ସାହ ଓ ରଙ୍ଗ ଭରି ଦେବ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରାରମ୍ଭିକ ବର୍ଷ ପାଇଁ ଶିକ୍ଷା-ପାଠ୍ୟ ଉପକରଣ ଜାଦୁଇ ପିଟାରା ଆରମ୍ଭକୁ ସ୍ୱାଗତ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟର ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଖେଳ- ଖେଳରେ ପାଠପଢାର ଭରପୂର ଆନନ୍ଦ! ଏହି ଜାଦୁଇ ପିଟାରା ଶିଶୁ ମନରେ ନୂଆ ଉତ୍ସାହ ଓ ରଙ୍ଗ ଭରି ଦେବ । ସୂଚନାଯୋଗ୍ୟ ଯେ ଗତକାଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢିବା ପାଇଁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଖିବା ଓ ଶିଖାଇବାର ଉପକରଣ “ଦୁଇ ପିଟାରା”ର ଉନ୍ମୋଚନ କରିଥିଲେ ।
