ମଧୁବନ ପ୍ରିମିୟର ଲିଗ ଉଦଯାପିତ ଇଗଲ ୱାରିୟାର୍ସ ଟିମ ଚମ୍ପିୟାନ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମଧୁବନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ମଧୁବନ ପ୍ରିମିୟର ଲିଗ ଉଦଯାପିତ ହୋଇଯାଇଛି ଓ ଫାଇନାଲ ମ୍ୟାଚରେ ଇଗଲ ୱାରିୟାର୍ସ ଡେଭିଲ ଇଲେଭେନକୁ ୫ ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି ଓ ପ୍ରଥମେ ବ୍ୟାଟିଂ କରି ଡେଭିଲ ଇଲେଭେନ ୧୦ ଓଭରରେ ୫ ଉଇକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ଆଶିଷ କୁମାର ବାରିକ ୫୨ ଓ ହରିଶଙ୍କର ଘୋଷ ୩୧ ରନ କରିଥିବା ବେଳେ ବିପକ୍ଷ ଦଳର ରଂଜିତ ପଣ୍ଡା ୪ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ଇଗଲ ୱାରିୟାର୍ସ ୯.୪ ଓଭରରେ ୫ ଉଇକେଟ ହରାଇ ବିଜୟୀ ହେବା ସହ ଏ ବର୍ଷର ଚମ୍ପିୟାନ ହୋଇଛନ୍ତି ଓ ସାଇବା ସିଂ ଅପରାଜିତ ୪୧ ଓ ରଂଜିତ ପଣ୍ଡା ୨୧ ରନ ସଂଗ୍ରହ କରିଥିବାବେଳେ ହରିଶଙ୍କର ଘୋଷ ୩ ଟି ଓ ସଂଜୀବ କୁମାର ମହାପାତ୍ର ୨ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଅରୁଣ କୁମାର ଭଣ୍ଡାରୀ ଓ ମଳୟ କୁମାର ସେନାପତି ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ ଓ ଦୀପକ ଦାସ ଧାରାବିବରଣୀ ପ୍ରଦାନ କରିଥିଲେ ଓ ଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ରଞ୍ଜିତ ପଣ୍ଡା, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମେନ ଅଫ ଦି ସିରିଜ ସାଇବା ସିଂ, ଶ୍ରେଷ୍ଠ ବୋଲର ହରିଶଙ୍କର ଘୋଷ, ଶ୍ରେଷ୍ଠ ଫିଲଡର ମହମ୍ମଦ ରାଜା ଓ ଟୁର୍ଣ୍ଣାମେଂଟର ଶ୍ରେଷ୍ଠ କ୍ୟାଚ ପାଇଁ ତପନ ସିଂଙ୍କୁ ପୁରସ୍କୃତ କରାଯାଇଥିଲା ଓ ଚମ୍ପିୟାନ ଦଳକୁ ୫୦ ହଜାର ନଗଦ ରାଶି ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ନଗଦ ୩୦ ହଜାର ଓ ଟ୍ରଫି ପ୍ରଦାନ କରାଯାଇଛି ଓ ମୁଖ୍ୟ ଅତିଥି ଭାବେ ଯୁବ ନେତା ପିଂଟୁ ମାଇତି ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ କ୍ରିକେଟ ଖେଳାଳି ଲୋହିତ ଦାସ ଓ ସମାଜସେବୀ ନୁରୁଲ ଇସଲାମ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I
