ମା’ ବୁଢ଼ୀ ଠାକୁରାଣୀ ଯାତ୍ରା : ଆଜି ସାହି ପରିକ୍ରମା ସହ କରିବେ ଧର୍ମଝଣ୍ଡା ନିମନ୍ତ୍ରଣ
ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଚତୁର୍ଥ ଦିନରେ ଶୁକ୍ରବାର ରାତିରେ ମା’ ଆସ୍ଥୟୀ ପୀଠରୁ ବଡ ବଜାର, କମାଲବାରୀ ସାହି, ସାନ୍ତାଣି ସାହି, ମାର୍ଥାପେଟା ସାହି ପରିକ୍ରମା କରି ଆସ୍ଥାୟୀ ପୀଠ ଫେରିବା କାର୍ଯ୍ୟକ୍ରମ ରହିଛି । କାମଳାବାରୀ ସାହିର ଧର୍ମଝଣ୍ଡା ନିମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି ।
ସେହିପରି ତୃତୀୟ ଦିବନ ଅର୍ଥାତ ଗୁରୁବାର ରାତିରେ ଆରମ୍ଭ ଘଟ ପରିକ୍ରମା ହୋଇଥିଲା । ଅସ୍ଥାୟୀ ମନ୍ଦିରରୁ ମା’ ବାହାରି ରାଜବାଟି ଅଭିମୁଖେ ପରିକ୍ରମା କରିଛନ୍ତି । ରାଜ ଦର୍ଶନ କରି ମା’ ଦେଶୀବେହେରା ସାହି ରାଜବାଟି, ଦେଶୀବେହେରା ସାହି ପରିକ୍ରମା କରି ଅସ୍ଥାୟୀ ମନ୍ଦିରକୁ ଫେରିଛନ୍ତି । ପରିକ୍ରମା ସମୟରେ ମା’ଙ୍କ ପାଦ ଧୋଇବା ଦୃଶ୍ୟ ବେଶ ବିମୋହିତ କରିଥିଲା । ଦୁଇ ବର୍ଷକୁ ଥରେ ମା’ ଆସି ରାଜ ଦର୍ଶନ କରିବା ପରମ୍ପରା ବେଶ ନିଆରା ଏବଂ ବହୁତ ଖୁସି ଲାଗୁଥିବା କହିଛନ୍ତି ମହୁରୀ ରାଜା । ସେପଟେ ମା’ଙ୍କ ଏଭଳି ପରିକ୍ରମା କରିବା ବହୁତ ଆନନ୍ଦ ଲାଗୁଛି ବୋଲି ଭକ୍ତ କହିଛନ୍ତି । ମା’ଙ୍କ ପରିକ୍ରମା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଯାତ୍ରା ପରିବେଶକୁ ପୁରା ରୋମାଞ୍ଚକ କରିଦେଇଥିଲା ।
