ବ୍ରାଜିଲ୍ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଲୁଲା ଡା ସିଲଭା
Elected president for the leftist Workers Party (PT) Luiz Inacio Lula da Silva speaks after winning the presidential run-off election, in Sao Paulo, Brazil, on October 30, 2022. - Brazil's veteran leftist Luiz Inacio Lula da Silva was elected president Sunday by a hair's breadth, beating his far-right rival in a down-to-the-wire poll that split the country in two, election officials said. (Photo by NELSON ALMEIDA / AFP)
ସାଓପୋଲୋ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ଦେଶରେ ହୋଇଥିବା ନିର୍ବାଚନରେ ସେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଦକ୍ଷିଣପନ୍ଥୀ ନେତା ଜାୟର ବୋଲସନାରୋଙ୍କୁ ପରାସ୍ତ କରିଛନ୍ତି। ଲୁଲା ଡା ସିଲଭା ୫୦.୮୩% ଭୋଟ୍ ପାଇଥିବାବେଳେ ବୋଲସନାରୋଙ୍କୁ ୪୯.୧୭% ଭୋଟ୍ ମିଳିଛି । ଜାନୁୟାରୀ ୧, ୨୦୨୩ରେ ଲୁଲା ଡା ସିଲଭା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।
ବିଜୟ ପରେ ସେ “ବିଭାଜିତ ଦେଶକୁ ଏକଜୁଟ କରିବେ” ବୋଲି ଲୁଲା ପ୍ରତିଶ୍ରୁତି ଦେଇଛନ୍ତି । ଆମାଜନ ଜଙ୍ଗଲ ସଂରକ୍ଷଣ ପାଇଁ ମଧ୍ୟ ସେ ଆନ୍ତର୍ଜାତୀୟ ସହଯୋଗ ଲୋଡିଛନ୍ତି । ବାମପନ୍ଥୀ ନେତା ଲୁଲା ପୂର୍ବରୁ ଦୁଇ ଥର ଦେଶର ରାଷ୍ଟ୍ରପତି ରହିଥିଲେ। ତିନି ବର୍ଷ ପୂର୍ବେ ଏକ ଦୁର୍ନୀତି ମାମଲାରେ ତାଙ୍କୁ ଜେଲଦଣ୍ଡ ହୋଇଥିଲା ।
ବ୍ରାଜିଲର ନୂଆ ରାଷ୍ଟ୍ରପତି ଲୁଲା ଡି ସିଲଭାଙ୍କ ବୟସ ୭୭ ବର୍ଷ। ୨୦୧୮ ରେ ଭ୍ରଷ୍ଟାଚାର ମାମଲାରେ ଜେଲ ଦଣ୍ଡ ହୋଇଥିଲା। ଏହାପରେ ସେ ନିର୍ବାଚନ ଲଢ଼ିପାରିନଥିଲେ। ଏବଂ ୪ ବର୍ଷ ପରେ ନିର୍ବାଚନ ଲଢ଼ିଥିଲେ। ଏହା ପରେ ଋଢ଼ିବାଦୀ ନେତା ବୋଲସୋନାରୋ ସତ୍ତାକୁ ଆସିଥିଲେ। ତେବେ ବିଜୟ ପରେ ଡା ସିଲଭା ସାଓ ପାଓଲୋ ସହରର ଏକ ହୋଟେଲରେ ଭାଷଣ ଦେଇ କହିଛନ୍ତି ଯେ ଏହି ବିଜୟ ବ୍ରାଜିଲ ଲୋକଙ୍କ ବିଜୟ। ଏହି ବିଜୟ ରାଜନୀତିକ ଦଳ, ବ୍ୟକ୍ତିଗତ ହିତ ଏବଂ ବିଚାରଧାରାରୁ ଉପରକୁ ଉଠିଥିବା ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ। ଲୋକତନ୍ତ୍ର ବିଜୟୀ ହେଉ।
ନିର୍ବାଚନରେ ବିଜୟ ପାଇଁ ଲୁଲାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଆହୁରି ମଜବୁତ ହେବ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲୁଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
