ପ୍ରଭୁ ଗଣେଷ ଙ୍କ ଲଡୁ ୧,୬୫,୦୦୦ ଟଙ୍କା ରେ ନିଲାମ।
ବୋରିଗୁମ୍ମା : ବୋରିଗୁମ୍ମା ର ଗୋଲଡେନ ଗ୍ରୁପ ପକ୍ଷରୁ ପ୍ରତିବର୍ଷ ଧୁମଧାମରେ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ପାଳିତ ହେଉଥିଲା।ସେଥିମଧ୍ୟରୁ ମୁଖ୍ୟ ଆକର୍ଷଣ ହେଉଛି ଗଣେଶଙ୍କ ଲଡୁ ନିଲାମ।କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ଗଣେଷ ପୂଜା ବନ୍ଦ ରହିଥିଲା।ଚଳିତ ବର୍ଷ ଗୋଲଡେନ ଗ୍ରୁପ ଧୁମଧାମରେ ଗଣେଷ ପୂଜା କରିଥିଲେ।ପ୍ରତିବର୍ଷ ଲଡୁ ନିଲାମ କରାଯାଏ ହେଲେ ଚଳିତ ବର୍ଷ ସମସ୍ତ ରେକର୍ଡ ପାର କରିଛି କରି ୧,୬୫,୦୦୦ ଟଙ୍କାରେ ପ୍ରଭୁ ଗଣେଷ ଙ୍କ ପୂଜା ହୋଇଥିବା ଲଡୁ କୁ ନିଲାମ କରାଯାଇଛି।ଏହି ଲଡୁ କୁ ନିଲାମ ପ୍ରଥମେ ଏକ ହଜାର ଟଙ୍କାରୁ ଆରମ୍ଭ ହୋଇ ଏକ ଲକ୍ଷ ପଞ୍ଚଷଠି ହଜାର ଟଙ୍କାରେ ଶେଷ ହୋଇଥିଲା।ବୋରିଗୁମ୍ମା ମିଲେର୍ସ ୟୁନିଅନ ର ପନ୍ଦର ଜଣ ସଦସ୍ୟ ମିଳିତ ଭାବେ ଏହି ଲଡୁ କ୍ରୟ କରିଥିଲେ।ଗଲଡେନ ଗ୍ରୁପ ର ଗଣେଷ ପୂଜା ବହୁତ ଆଡମ୍ବର ରେ ପାଳିତ ହେଉଥିବା ଯୋଗୁଁ ବୋହୁ ଦୂର ଦୁରାନ୍ତ ରୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥାଏ।ମୁଖ୍ୟ କଥା ହେଲା ଯେଉଁ ଲଡୁ ନିଲାମ ଟଙ୍କା ଆଦାୟ ହୋଇଥାଏ ସେହି ଟଙ୍କା ଗୋଲଡେନ ଗ୍ରୁପ କୌଣସି ଅସହାୟ ଲୋକଙ୍କ କିମ୍ଭା ମନ୍ଦିର ଉନ୍ନତି କାର୍ୟ୍ୟରେ ନିୟୋଜିତ କରିଥାନ୍ତି।ଲଡୁ ନିଲାମ ବେଳେ ପ୍ରବଳ ଜନ ସମାଗମ ହୋଇଥିଲା ଶେଷରେ ଗୋଲଡେନ ଗ୍ରୁପ ପକ୍ଷରୁ ଡ଼ାଣ୍ଡିଆ ନାଚ ର ଆୟୋଜନ କରାଯାଇଥିଲା। ମିଲରସ ଆସୋସିଏସନ ର ସଭ୍ୟ ଭି.କ୍ରିଷ୍ଣାରାଜୁ,ବୋଇନା ଗୋବିନ୍ଦା ରାଓ,ପି.ରାବାଣା, ଏମ.ଭାସ୍କର, ପି.ଭେଙ୍କଟ ରାବାଣା, ପି.ମନ୍ମଥ ରାଓ ପ୍ରମୁଖ ପ୍ରଭୁ ଗଣେଷ ଙ୍କ ଲଡୁ ନିଲାମ ରେ ଭାଗ ନେଇଥିଲେ।ପ୍ରକାଶ ଥାଉକି ୨୦୧୫ ମସିହାରୁ ବୋରିଗୁମ୍ମା ର ଗୋଲାଡେ ଗ୍ରୁପ ଜଗନ୍ନାଥ ସାଂସ୍କୃତିକ ମଣ୍ଡପରେ ପ୍ରଭୁ ଗଣେଷ ପୂଜା କରି ଆସୁଛନ୍ତି।ଆଜି ଶେଷ ଦିନରେ କଲ୍ୟାଣମ କାର୍ୟ୍ୟକ୍ରମ ଥିବା ଯୋଗୁଁ ଗଣେଶ ଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ।
