ଟିପିଏନ୍ଓଡିଏଲ୍ ପକ୍ଷରୁ ଲାଇନ ମ୍ୟାନ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ସହର ଆଇଟିଆଇ ଛକ ସ୍ଥିତ ହୋଟେଲ ହରି ପ୍ଲାଜା ପରିସରରେ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ୫୧ତମ ଜାତୀୟ ନିରାପତ୍ତା ସପ୍ତାହ ଅବସରରେ ଲାଇନ ମ୍ୟାନ ଦିବସ ପାଳିତ ହୋଇଛି । ସୁରକ୍ଷା ନିୟମକୁ ଏକ ସଂସ୍କୃତି ବା ପରମ୍ପରାରେ ପରିଣତ ସହ ଅନ୍ୟମାନଙ୍କୁ ପ୍ରୋତ୍ସାହିତ ପାଇଁ କମ୍ପାନୀ ଅଧିକାରୀମାନେ ଆହ୍ୱାନ ଦେଇଥିଲେ ।
ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ଯୋଗଦେଇ ନିରାପତ୍ତା ଦିବସ ପାଳନର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେବା, ସୁରକ୍ଷା ଓ ସ୍ୱାଭିମାନର ବାର୍ତ୍ତା ଟାଟା ଗ୍ରୁପର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଏହି ଆଧାରରେ ଟାଟା ପାୱାରର କର୍ମଚାରୀମାନଙ୍କୁ ପ୍ରେତ୍ସାହିତ କରଯାଉଛି । ଟାଟା ପାୱାରର ବିଦ୍ୟୁତ ବିତରଣ ସେବାରେ ଲାଇନ ମ୍ୟାନମାନେ ପ୍ରମୁଖ ଅଙ୍ଗ । ସୁରକ୍ଷାକୁ ପ୍ରାଥମିକତା ସହ ପ୍ରତ୍ୟେକ ମୁହୂର୍ତ୍ତରେ ମୌଳିକ ସୁରକ୍ଷା ନିୟମ ପାଳନ ପାଇଁ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ପାଇଁ ଜାତୀୟ ନିରାପତ୍ତା ସପ୍ତାହର ପ୍ରଥମ ଦିନକୁ ଲାଇନ ମ୍ୟାନ ଦିବସ ରୂପେ ଟାଟା ପାୱାର ପାଳନ କରୁଥିବାର କହିଥିଲେ । ଟାଟା ପାୱାର ଅପରେସନ ମୁଖ୍ୟ ଦୁଶ୍ୟନ୍ତ କୁମାର ତ୍ୟାଗୀ, ମାନବ ସମ୍ବଳ ବିଭାଗ ଓ ବ୍ୟବସ୍ଥାପନ ବିଭାଗ ମୁଖ୍ୟ ଶ୍ରୀବଲ୍ଲଭ ସିଂହ, ଅର୍ଥ ବିଭାଗ ମୁଖ୍ୟ ଶୀଲାଦିତ୍ୟ ସେନଗୁପ୍ତ, କାର୍ଯ୍ୟପ୍ରଣାଳୀ ବିଭାଗ ମୁଖ୍ୟ ସନ୍ଦିପ ପାଲ, ବାଲେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମରେଶ୍ୱର ଶତପଥି, କେନ୍ଦ୍ରୀୟ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବାଶିଷ ପୁହାଣ, ଟିପିଏନଓଡିଏଲ ଲୋକ ସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ କର୍ମଚାରୀଙ୍କ ପାଇଁ ମୌଳିକ ସୁରକ୍ଷା ନିୟମ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଲାଇନମ୍ୟାନମାନେ କାର୍ଯ୍ୟ କ୍ଷେତ୍ରରେ ନିଜ ସହିତ ନିଜ ପରିବାର, ସମସ୍ତ ସହକର୍ମୀ, ଜନସାଧାରଣ, ପର୍ଯ୍ୟାବରଣ ତଥା ଦେଶର କଲ୍ୟାଣ ନିମନ୍ତେ ସର୍ବଦା ସୁରକ୍ଷା ନିୟମ ଅବଲମ୍ବନ ପାଇଁ ଆହ୍ୱାନ ଦେଇଥିଲେ । ଟାଟା ପାୱାର ଅଧିନରେ କାର୍ଯ୍ୟରତ ବିଭିନ୍ନ ଡିଭିିଜନର ବହୁ ଲାଇନମ୍ୟାନ କାର୍ଯ୍ୟକ୍ରମରେ ଯୋଗଦେଇ ସୁରକ୍ଷା ନିୟମ ପାଳନ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।
