୪ରୁ ଲଘୁଚାପ ! ଆଜିଠୁ ରାଜ୍ୟରେ ବଢିବ ବର୍ଷା, ଏହି ସବୁ ଜିଲାକୁ ୟେଲୋ ୱାର୍ଣ୍ଣଂ ଜାରି
ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୪ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ସଂପର୍କରେ ସବିଶେଷ ଭାବେ ଏବେ ଠାରୁ କିଛି ଆକଳନ କରିବା ସମ୍ଭବପର ନଥିଲେ ମଧ୍ୟ ଆସନ୍ତା ଦିନେରୁ ଦୁଇଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିପାରିବ। ତେବେ, ଏହି ଲଘୁଚାପ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆହୁରି ସକ୍ରିୟ କରାଇବା ସହ ରାଜ୍ୟରେ ବର୍ଷାର ପରିମାଣକୁ ବଢ଼ାଇବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।
ସମଗ୍ର ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ରହିଛି। ଫଳରେ ବିଗତ ପ୍ରାୟ ୩ ଦିନ ଧରି ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ଏହି ବର୍ଷା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏପରିସ୍ଥିତିରେ ଆସନ୍ତା ଜୁଲାଇ ୪ ତାରିଖ ଉତ୍ତର ଓଡ଼ିଶା ଏବଂ ତତ୍ସଂଲଗ୍ନ ସାମୁଦ୍ରିକ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।
୪ ଜୁଲାଇ ବେଳକୁ ଉତ୍ତର ଓଡିଶା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସମ୍ଭାବନା ପ୍ରଭାବରେ
— Meteorological Centre, Bhubaneswar (@mcbbsr) July 2, 2022
୪ ତାରିଖରେ #ଯାଜପୁର, #ଭଦ୍ରକ, #ଢେଙ୍କାନାଳ ,କେନ୍ଦୁଝର ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ #ଅତିପ୍ରବଳ ବର୍ଷା (୧୧ ରୁ ୨୦ ସେମି)
ଏବଂ
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ୪ ଜୁଲାଇ ବେଳକୁ ଉତ୍ତର ଓଡିଶା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହେବାର ସମ୍ଭାବନା ଅଛି। ଆସନ୍ତା ୬ ତାରିଖ ଯାଏଁ ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ବର୍ଷା ହେବ। ଏଥିପାଇଁ ସବୁ ଜିଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ଶନିବାର ରାଜ୍ୟବ୍ୟାପୀ ବଜ୍ରପାତ ସହ ବର୍ଷା ହେବ। ପଶ୍ଚିମ ଓ ଉପକୂଳ ଓଡିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି। ସେହିପରି ରବିବାର ରାଜ୍ୟର ପ୍ରାୟ ଜିଲ୍ଲାରେ ଶୁଖିଲା ପାଗ ରହିବ କିନ୍ତୁ ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହୋଇପାରେ। ସୋମବାର ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଲଘୁଚାପ ପ୍ରଭାବରେ ଉପକୂଳ ଓ ପଶ୍ଚିମ ଓଡିଶାର କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୪ ତାରିଖରେ ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା (୧୧ ରୁ ୨୦ ସେମି) ହୋଇପାରେ। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଏବଂ ଖୋର୍ଦ୍ଧା ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୧୧ ସେମି) ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
