ସମଲେଇ ମନ୍ଦିରରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ସୋ
ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ଲାଇଟ ଏଣ୍ଡ ସାଉଣ୍ଡ ସୋ । କୋଭିଡ କଟକଣା କାରଣରୁ ୧୧ ସେପ୍ଟେମ୍ବର ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ଏହି ସୋ ମହାମାରୀ କୋଭିଡ କାରଣରୁ ବନ୍ଦ ରହିଥିଲା । ସୋମବାର ଠାରୁ ଆଲୋକ ଏବଂ ଧ୍ଵନି ପ୍ରଦର୍ଶନ ଜନସାଧାରଣ ଙ୍କ ପାଇଁ ଖୋଲା ଯାଇଛି । ଦୁଇ ତିନିଦିନ ଟ୍ରାଇଲ ପରେ ଆଜି ଆରମ୍ଭ କରାଯାଇଛି ।
ଏହି ସୋ ସୋମବାର ଦିନ ବନ୍ଦ ରହିବ । ସୋ ସମୟ ସନ୍ଧ୍ୟା ୭ ଟାରୁ ୭ଟା ୪୦ ପର୍ଯ୍ୟନ୍ତ ଅର୍ଥାତ ୪୦ ମିନିଟ ରହିବ । ସୋକୁ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଦର୍ଶକ ଉପଭୋଗ କରିପାରିବେ । ଟିକେଟ ଉକ୍ତଦିନ ଅପରାହ୍ନ ୫ଟା ରୁ ମନ୍ଦିର ରେ ଉପଲବ୍ଧ ରହିବ । ସାଧାରଣ ଜନତାଙ୍କ ପାଇଁ ୫୦ ଏବଂ ବରିଷ୍ଠ ନାଗରିକ ଏବଂ ଛାତ୍ରଙ୍କ ପାଇଁ ଟିକେଟ ମୂଲ୍ୟ ୩୦ ଟଙ୍କା ରହିଛି । ଗୋଟିଏ ସୋ ପାଇଁ ଏକ ଥରେ ୨୦୦ ଜଣ ଦର୍ଶକ ଉପଭୋଗ କରିପାରିବେ। ଗୋଟିଏ ଦିନ ଗୋଟିଏ ସୋ ରହିବ । ଦର୍ଶକଙ୍କ ଡିମାଣ୍ଡ ଦେଖି ଦ୍ୱିତୀୟ ସୋ କରାଯିବ ବୋଲି ଓଟିଡିସି ପକ୍ଷରୁ ପ୍ରକାଶ । ସୋ ପରିସରେ କୌଣସି ପ୍ରକାର ଖାଦ୍ୟ ପଦାର୍ଥ କୁ ବାରଣ କରାଯାଇଛି । ଆଜିର ସୋ ରେ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ, ସଦର ଉପଜିଲାପାଳ ମୟୁର ସୂର୍ଯ୍ୟବଂଶୀ ବିକାଶ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସୋ କୁ ଉପଭୋଗ କରିଛନ୍ତି ।
