ସଡକ ଦୁର୍ଘଟଣାରେ ଜୀବନବିମା ଶାଖା ପ୍ରବନ୍ଧକଙ୍କ ମୃତ୍ୟୁ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଜଣେ ଶାଖା ପ୍ରବନ୍ଧକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ନାରାୟଣ ଚନ୍ଦ୍ର ମଲ୍ଲିକ । ସକାଳେ ନାରାୟଣ ଏକ ମିଟିଂରେ ଯୋଗ ଦେବାକୁ କେନ୍ଦୁଝରରୁ ର୍କା ଯୋଗେ ଆନନ୍ଦପୁର ଅଭିମୁଖେ ଯାଉଥିଲେ । ଦରଖଳା ଘାଟି ନିକଟରେ ତାଙ୍କ ର୍କାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକ ଓ ପୁଲିସ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଏହା ସହ ନାରାୟଣଙ୍କ ପରିବାର ଲୋକଙ୍କ ଖବର ଦେଇଛି ।
