ନୀଳଗିରିରେ ଏଲ୍ଆଇସି ପ୍ରିମିୟମ୍ ପଏଣ୍ଟ ଉଦ୍ଘାଟିତ
ନୀଳଗିରି : ନୀଳଗିରି ବ୍ଲକ ଅଧିନ ସଜନାଗଡ଼ ଠାରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଏକ ପ୍ରିମିୟମ୍ ପଏଣ୍ଟ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଟକର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ ଯୋଗଦେବା ସହ ପ୍ରଦୀପ ପ୍ରଜ୍ଜଳନ ସହ ଫିତା କାଟି ଉଦ୍ଘାଟନ କରି ଏହା ଦ୍ୱାରା ଏଲ୍ଆଇସି ଗ୍ରାମାଞ୍ଚଳରେ ଉପଯୁକ୍ତ ସେବା ଯୋଗାଇ ଦେଇ ପାରିବ ବୋଲି ଦୃଢ଼ ଆଶା ପୋଷଣ କରିବା ସହ ଗ୍ରାମାଞ୍ଚଳରେ କର୍ମୀମାନଙ୍କ ଏକାଗ୍ରତା, ଆଗ୍ରହ ଓ ଉତ୍ସର୍ଗୀକୃତ ମନୋଭାବ ଦେଖି ଭୂୟସୀ ପ୍ରଶଂସା କରିଥିଲେ ।
ମୁଖ୍ୟ ବକ୍ତା ଭାବେ କଟକର ମଣ୍ଡଳ ପ୍ରବନ୍ଧକ (ବିକ୍ରୟ) ବିଜୟ କୁମାର ପଣ୍ଡା ଯୋଗଦେଇ ଦୀର୍ଘଦିନ ହେବ ଏଭଳି ଏକ ପରିକଳ୍ପନା ବାସ୍ତବର ରୂପ ନେଇଛି ଏବଂ ଏହା ଦ୍ୱାରା ଖାଲି ନୀଳଗିରି ନୁହେଁ, ବାଲେଶ୍ୱର ଜିଲାରେ ଏଲ୍ଆଇସିର ଦୃତ ପ୍ରସାର ହେବ ବୋଲି ମତପ୍ରକାଶ କରିଥିଲେ । ବାଲେଶ୍ୱର ବରିଷ୍ଠ ଶାଖା ପରିଚାଳକ ସବ୍ୟସାଚୀ ସାହୁ, ଜଗନ୍ନାଥ ସିଂ, ପ୍ରବନ୍ଧକ (ସିଏଲ୍ଆଇଏ) ଅକ୍ଷୟ କୁମାର ସାହୁ ଓ ମୁଖ୍ୟ ଉପଦେଷ୍ଟା ଶଶୀକାନ୍ତ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ନାୟକ, ବିଶ୍ୱନାଥ ନାୟକ ଯୋଗଦେଇଥିଲେ । ବରିଷ୍ଠ ଏଜେଣ୍ଟ ସୁଦର୍ଶନ ମାହାନ୍ତିଙ୍କ ପ୍ରଥମ ରଷିଦ୍ କଟାଯାଇଥିଲା । ଜୟନ୍ତ ବାଗ, ମନୋଜ କୁମାର ମହାପାତ୍ର, ସୂର୍ଯନାରାୟଣ ରଥ, ଲୋଚନ ଜେନା, ଦୟାନିଧି ଜେନା, ବିଶ୍ୱରଞ୍ଜନ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୋମନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
