କଳାଗୁଡାରେ ଅବକାରୀ ଚଡାଉ
ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡାରେ ଅବକାରୀ ଚଢାଉ ହୋଇଛି । ଜୟପୁର ସଦର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ । ଚଡାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରୁ ୧ ହଜାର ଲିଟର ପୋଚ, ଶହେ ଲିଟର ଦେଶି ମଦ କୁ ଜବତ କରି ନଷ୍ଟ କରାଯାଇଛି ।ଚଢାଉ କରି ବହୁ ମଦ ଭାଟି ଭାଙ୍ଗିବା ସହ ବିପୁଳ ପରିମାଣରେ ମଦ ଓ ପୋଚ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଓ ଡ୍ରମ ଆଦିକୁ ଜବତ କରାଯାଇଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।
