ନକଲି ସସ୍ ଗୋଦାମ ଉପରେ ଚଢଉ
କଟକ : ନକଲି ସସ୍ ବିକ୍ରି ଅଭିଯୋଗରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ଟିମ୍ ପକ୍ଷରୁ ଆଜି ମାଲଗୋଦାମରେ ଏକ ସସ୍ ଗୋଦାମରେ ଚଢଉ କରାଯାଇଥିଲା । ଚଢଉ ବେଳେ ସେଠାରେ ବିକ୍ରି କରାଯାଉଥିବା ନକଲି ବ୍ରାଣ୍ଡର ଟମାଟୋ ସସ୍, ସୋୟା ସସ୍ ଜବତ କରାଯାଇ ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଲାବୋରେଟୋରୀକୁ ପଠାଯାଇଛି । ମାଲଗୋଦାମ ଥାନା ଆଇଆଇସିଙ୍କ ସହିତ ଏହି ଚଢଉରେ ସିଏମସି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, ନିରୀକ୍ଷକ ଭଗବାନ ଲେଙ୍କାଙ୍କ ଲେଙ୍କାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
