ଆସନ୍ତୁ ଜାଣିବା କଳା ଧାଗା ପିନ୍ଧିବାର ଅଦ୍ଭୁତ ଫାଇଦା
ବର୍ତ୍ତମାନ ପରିସ୍ଥିତିରେ ପ୍ରତ୍ୟକ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଛି କଳା ଧାଗା (ସୂତା) । ସେ ଛୋଟ ପିଲା ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ଏବଂ ଆବଲା ବୃଦ୍ଧ ବନିତା ପର୍ଯ୍ୟନ୍ତ ସମସ୍ତେ କଳା ସୂତା ବାନ୍ଧୁଥିବାର ନଜର ଆସୁଛି । ବିଶେଷ କରି ଶିଶୁଟି ଜନ୍ମଗ୍ରହଣ କରିବା ପରେ ନବଜାତ ଶିଶୁକୁ ଘର ଲୋକ କଳା ଟିକା, କଳା ଫିତା ଆଦି ଲଗାଇ ଥାନ୍ତି । ଯାହାଫଳରେ ପିଲାଟିକୁ କାହାର ନଜର ନ ଲାଗିବ। ଆଜି କାଲି ଆମେ ମାନେ କାର୍ଯ୍ୟ ବ୍ୟସ୍ତ ଓ ଏତେ ଆଧୁନିକ ହୋଇ ଯାଇଛେ ଯେ ଆମ ନିଜର ପୁରାତନ ରୀତି ନୀତି, ଧର୍ମ, କାର୍ଯ୍ୟ, ମାନ୍ୟତା ଆଦି ଭୁଲି ଯାଉଛନ୍ତି । ଯାହାର ପ୍ରଭାବ ଆମ ସଂସ୍କୃତି ଉପରେ ପଡୁଛି । ଆଜି ଆମେ ଯେଉଁ ସମାଜରେ ବଢ଼ୁଛନ୍ତି ସେଥିରେ ଲୋକ ମାନଙ୍କ ମନ ରେ ଛଳନା, କପଟ, ଲାଳସା, କ୍ରୋଧ ଏବଂ ଇର୍ଷା ଯେପରି ଭାବନା ରହିଥାଏ । ଏପରି ପରିସ୍ଥିତିରେ ଆମ ଗୁରୁଜନମାନଙ୍କ ଦ୍ୱାରା କୁହାଯାଇଥିବା କିଛି କଥା କାମରେ ଆସିଥାଏ । ତେବେ ଏପରି କିଛି ଉପାୟ ଅଛି ଯାହା କରିବା ଦ୍ୱାରା ଆପଣଙ୍କ ଭିତରେ ଥିବା ନକରାତ୍ମକ ଶକ୍ତି ବାହାରି ଯାଇଥାଏ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଉନ୍ନତି ପଥରେ କାହାର ନଜର ଲାଗି ଯାଇଛି ବା ଆପଣଙ୍କ ପରିବାର ର ସୁଖ ଓ ଶାନ୍ତି ଉପରେ କାହାର ନଜର ଲାଗିଛି ତେବେ ଆପଣ ଏହି ଉପାୟ କରିବା ଦ୍ୱାରା ଏହା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା କଳା ଫିତା କାହିଁକି ବନ୍ଧା ଯାଏ ଓ ଏହା ବାନ୍ଧିବା ଦ୍ୱାରା କଣ କଣ ସବୁ ଲାଭ ମିଳିଥାଏ ।
ଯଦି ଆପଣଙ୍କ ଘରେ କଳହ ବା ଅଶାନ୍ତି ଲାଗି ରହିଥାଏ । ତେବେ ଆପଣ ୧ ମିଟର କଳା ଫିତା ନେଇ ୧୦୮ ଗଣ୍ଠି ପକା ଇବେ ପ୍ରତ୍ୟେକ ଗଣ୍ଠି ପକାଇବା ସମୟରେ “ଓଁ ଶନିଶ୍ଚରାୟ ନମଃ” କହିବେ ଏହା ଆପଣ ଶନି ମନ୍ଦିର ବା ଘରେ କରି ପାରିବେ । ଏହା ପରେ ଏହାକୁ ନେଇ ଘର ର ମୁଖ୍ୟ ଦ୍ୱାରରେ ଟଙ୍ଗାଇ ଦେବେ ଯାହାଫଳ ରେ କୌଣସି ନକାରତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରିବ ନାହିଁ । ଯଦି ଆପଣଙ୍କ ଘରେ କେହି ଅସୁସ୍ଥ ଥାନ୍ତି ତେବେ କଳା ଫିତା କୁ ମନ୍ଦିରକୁ ନେଇ ସିନ୍ଦୁର ଲଗାଇ ଆଣିବେ ଓ ଏହାକୁ ତାପର ଦିନ ସ୍ୱଚ୍ଛ ହୋଇ ଫିତା କୁ ପିଡୀତଙ୍କ ଗୋଡ଼ ରେ ବାନ୍ଧି ଦେବେ ଶୀଘ୍ର ସୁସ୍ଥ ହୋଇ ଯିବେ ।
ଗର୍ଭବତୀ ମାନଙ୍କୁ ଜଲଦି ନଜର ଲାଗିଥାଏ ତାଙ୍କ ଗର୍ଭ ରେ ଥିବା ଶିଶୁ କୁ ସମସ୍ତେ ନଜର ପକାଇ ଥାନ୍ତି, ତେଣୁ ଆପଣ ଗର୍ଭବତୀ ଙ୍କ ଗର୍ଭ ମାପରେ ଫିତା କୁ ୩ ଥର ତାଙ୍କ ଗର୍ଭ ଚାରିପଟେ ବୁଲାଇବେ ଓ ଏହି ଫିତା କୁ ନେଇ ବରଗଛ ବା ନଦୀରେ ବିସର୍ଜନ କରି ଦେବେ । ଶିଶୁ ପ୍ରସବ ହେବା ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ନଜର ଲାଗି ନଥାଏ। କଳା ଫିତାକୁ ଗୋଡ଼ରେ ମୁଦି ପିନ୍ଧୁଥିବା ସ୍ଥାନରେ ପିନ୍ଧିଲେ କଳାଯାଦୁ ର ପ୍ରଭାବ ହୋଇ ନଥାଏ ।
କଲା ଫିତାକୁ ସର୍ବଦା ନଦୀ ବା ବରଗଛ ମୂଳରେ ବିସର୍ଜନ କରିବେ, ବ୍ୟବହୃତ କଳାଫିତା କୁ ନେଇ କଲା ଯାଦୁ ମଧ୍ୟ କରା ଯାଇ ପାରେ । କଲା ଫିତା ମନ୍ଦିର ବା ନିଜେ କିଣିକି ବ୍ୟବହାର କରିବେ କେବେବି କାହାଠାରୁ ଆଣିକି ବ୍ୟବହାର କରିବେନି । କଳା ରଙ୍ଗ ନକାରତ୍ମକ ଜିନିଷ କୁ ନଷ୍ଟ କରିଥାଏ । ତେଣୁ ନବଜାତ ଶିଶୁ କୁ କଲା ଟୀକା ଲଗାଯାଏ । କୁହା ଯାଏ କି କଳା ରଙ୍ଗ ଦ୍ଵାରା ଖରାପ ଶକ୍ତି ମାନେ ଖୁବ ସନ୍ତୁଷ୍ଟ ହୋଇ ଥାନ୍ତି ବୋଧେ ହୁଏ ଶେଠୀ ପାଇଁ ଏହି ରଙ୍ଗ ଖରାପ ଦ୍ରୁଷ୍ଟି କିମ୍ବା ଖରାପ ପ୍ରଭାବ କୁ ଆମ ଜୀବନରେ ଆସିବା ପାଇଁ ଦିଏନି ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଯଦି କିଛି ଭୁଲ ଥିବା ଆମକୁ କ୍ଷମା କରିଦେବେ । ଧନ୍ୟବାଦ !!!
