ରାସ୍ତା କଡ଼ରେ ପଡ଼ିଛି କଟା ଗୋଡ଼, ଲୋକେ ଆତଙ୍କିତ
ଯାଜପୁର : ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଦେଇ ଯାଇଥିବା ୫୩ ନଂମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଛକ ପାଖ ଜଙ୍ଗଲରୁ ରାସ୍ତାକଡ଼ରୁ ଜଣେ ଅଜଣା ବ୍ୟକ୍ତିର କଟା ଗୋଡ଼ ପଡିଥିଵା ଦେଖିବାକୁ ମିଳିଛି । ତେବେ ଏହି କଟା ଗୋଡ଼ଟି କାହାର ତାହା ସ୍ପଷ୍ଟ ହୋଇ ନଥିବା ସୂଚନା । ପୋଲିସ ଘଟଣା ସ୍ଥଳରେ ପଂହିଚି ତଦନ୍ତ ଆରମ୍ଭ କରିଛି । କେନ୍ଦ୍ରାପଡ଼ାରୁ ସାଇଟିପେକେଟ୍ ଟିମ୍ ଆସି ବା ପରେ ଅଧିକ ସୂଚନା ମିଳିପାରିବ ବୋଲି ସୁକିନ୍ଦା ଥାନା ଅଧିକାରୀ କହିଛନ୍ତି ।
