ମେଡିକାଲ କଲେଜ ସିଟ ଦେବା ନାଁରେ ଠକେଇ, ଦୁଇ ଗିରଫ
ଭୁବନେଶ୍ୱର : ମେଡିକାଲ କଲେଜ ସିଟ ଦେବା ନାଁରେ ଠକେଇ। ଦୁଇଜଣ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଲା କମିସନରେଟ ପୋଲିସ। ଦୁଇ ଠକ ହେଉଛନ୍ତି କଲିକତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ଇନ୍ଫୋସିଟି ଥାନାରେ ମେ ୫ ରେ ପଲ୍ଲବୀ ସାହାଙ୍କ ଅଭିଯୋଗ କ୍ରମେ ପୋଲିସ ଚଳାଇଥିଲା ତଦନ୍ତ । ଇନ୍ଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ମେଡିକାଲ କଲେଜରେ ସିଟ ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକେଇ ନେଇଥିବା ଅଭିଯୋଗ କରିଥିଲେ ପଲବୀ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ପାଖରୁ ୧୧ ଲକ୍ଷ ଜବତ ହୋଇଛି ।
୧୦ ବର୍ଷ ହେବ ଦୁଇ ଠକ ଲୋକଙ୍କୁ ଠକୁଥିବା କଥା ସାମ୍ନାକୁ ଆସିଛି। ମେଡ଼ିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ପ୍ରାର୍ଥୀଙ୍କୁ ଯୋଗାଯୋଗ କରୁଥିଲେ ୨ ଠକ। ପ୍ରାଙ୍କ କଲ ଆପ ଜରିଆରେ ଫୋନ କରୁଥିଲେ ଠକ। ପ୍ରାଙ୍କ କଲ ଆପରେ କଲ କରିବାରୁ କୌଣସି ନାଁ ଆସୁ ନଥିଲା । ଫେକ ଅଧାରକାର୍ଡ଼ ଓ କାଗଜପତ୍ର ବ୍ୟବହାର କରି ହୋଟେଲ ଓ ଫ୍ଲାଇଟରେ ଆସୁଥିଲେ । ବିଭିନ୍ନ ରାଜ୍ୟରେ ଠକିଥିବା ନେଇ ଅଭିଯୋଗ ହୋଇଛି । ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ପୋଲିସ କହିଛି ।
