୨୫ରୁ ବିଧାନସଭାର ବଜେଟ ଅଧିବେଶନ
ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଷୋଡ଼ଶ ବିଧାନସଭାର ନବମ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେବ । ମାର୍ଚ୍ଚ ୨୬ ଓ ୨୮ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖରେ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ ଆଗତ ହେବ ।
ମାର୍ଚ୍ଚ ୨୫ରୁ ୩୧ ସାତ ଦିନ ପର୍ଯ୍ୟନ୍ତ ବସିବ ଅଧିବେସନ । ୭ଦିନରୁ ମୋଟ ୬ଟି କାର୍ଯ୍ୟ ଦିବସ ରହିଛି । ତେବେ ମାର୍ଚ୍ଚ ୨୫ରେ ଅଭିଭାଷଣ ରଖିବେ ମାନ୍ୟବର ରାଜ୍ୟପାଳ। ପରେ ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ଚଳିତ ବର୍ଷ ମୋଟ୍ ୬ଟି କାର୍ୟ୍ୟଦିବସ ରହିବ । ଗୃହ ପରିଚାଳନା ନେଇ ଆସନ୍ତା ୧୫ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ।
