ସମ୍ବଲପୁରରେ ସ୍ବାଭାବିକ ହେଲା ଲିଜଲାଇନ୍ ଓ ବ୍ରଡବ୍ୟାଣ୍ଡ ସେବା
ସମ୍ବଲପୁର: ସମ୍ବଲପୁର ହିଂସା ସ୍ଥିତି ସୁଧୁରିବା ପରେ ବ୍ରଡବ୍ୟାଣ୍ଡ ଓ ଲିଜଲାଇନ୍ ସେବାକୁ ୨୪ ଘଣ୍ଟିଆ କରାଯାଇଛି। ଆଜି ସକାଳ ୧୦ଟାରୁ ଏହା ନିରବଛିନ୍ନ ଭାବେ ଚାଲିବ। ହେଲେ ମୋବାଇଲ ଇଣ୍ଟରନେଟ ସେବାକୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପୁଣି ବନ୍ଦ କରାଯାଇଛି। ସେପଟେ ସହରରେ ଆଜି କର୍ଫ୍ୟୁକୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ କୋହଳ କରାଯାଇଛି। ଏହାଛଡା ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିବାରେ ଲାଗିଛି।
ଅନ୍ୟପକ୍ଷରେ ସମ୍ବଲପୁର ସହରରେ ଆଜିଠାରୁ କର୍ଫ୍ୟୁ କୋହଳ ଅବଧି ଆଉ ଘଣ୍ଟାଏ ବଢ଼ିଛି । ୧୯ ତାରିଖରୁ ଆରମ୍ଭ ହୋଇଥିବା ୧୧ ଘଣ୍ଟିଆ କର୍ଫ୍ୟୁ କୋହଳ ଅବଧି ଆଉ ୧ ଘଣ୍ଟା ବୃଦ୍ଧି କରାଯାଇଛି । ଆଜିଠାରୁ ସହରରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି । ଏ ନେଇ ସଦର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଲୋକେ ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରି ପାରିବେ। ହେଲେ ସଂଧ୍ୟା ୬ ପରଠାରୁ କଟକଣା ଜାରି ରହିବ । ଦୋକାନବଜାର, କାର୍ଯ୍ୟାଳୟ ଆଦି ଦିନବେଳା ଖୋଲିବ ଓ ସଂଧ୍ୟାରେ ବନ୍ଦ ରହିବ।
