ଜନ୍ମବାରରୁ ଜାଣନ୍ତୁ ମହିଳାଙ୍କ ଚରିତ୍ର? ଆପଣଙ୍କର ପସନ୍ଦର ବ୍ୟକ୍ତିଙ୍କ ସ୍ୱଭାବ କ’ଣ
ମହିଳା ଗୋଟିଏ ଏମିତି ତତ୍ୱ ଅଟେ ଯେଉଁ ମାନଙ୍କୁ ଏହି ସଂସାର ରେ ବୁଝିବା କେବେ ବି ସଠିକ୍ ହୋଇ ନ ଥାଏ ଏବଂ ଏମିତି ବେଳେ ଆମ ମାନଙ୍କ ହସ୍ତ ରେଖା ଉପରେ ନିର୍ଭର କରିବା ପାଇଁ ପଡେ । ହେଲେ ବିଦ୍ୱାନ ମାନଙ୍କ ମତରେ ଜନ୍ମବାରରୁ ବି ମହିଳା ମାନଙ୍କ ବିଷୟରେ ବହୁତ କିଛି ଜାଣି ହୋଇଥାଏ । ତେବେ ଆସନ୍ତୁ ଜାଣି ନେବା କେଉଁ ବାରରେ ଜନ୍ମ ହେଲେ ମହିଳା ମାନଙ୍କ ସ୍ୱଭାବ କେମିତି ହୋଇଥାଏ ସେହି ବିଷୟ ରେ ଆପଣ ମାନଙ୍କ ସହିତ ଏଠାରେ ଆଲୋଚନା କରିବା ।
ତେବେ ପ୍ରଥମେ ରହିଛି ରବିବାରରେ ଜନ୍ମିତ ନାରୀ । ଏମାନେ ଭଗବାନଙ୍କ ଉପରେ ଗଭୀର ବିଶ୍ୱାସ ରଖନ୍ତି, ଏମାନେ ସବୁ ସମୟରେ ଦାନ ପରି ପୂର୍ଣ୍ଣ୍ୟ କାମ କରିବା ପାଇଁ ପସନ୍ଦ କରନ୍ତି । ଏହା ସହିତ ଏମାନେ ଶକ୍ତିଶାଳୀ ଏବଂ ଚାଲାଖ୍ ସ୍ୱଭାବର ହୋଇଥାନ୍ତି ।
ସୋମବାର ଦିନ ଜନ୍ମିତ ହୋଇଥିବା ଝିଅମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି। ଏମାନଙ୍କ ମନ ନିର୍ମଳ ହୋଇ ଥାଏ ଏମାନେ ସବୁ ସମୟ ରେ ମିଠା କଥା କହି ସମସ୍ତଙ୍କ ମନକୁ କିଣି ନେଇ ଥାନ୍ତି। ଏମାନଙ୍କ ଜୀବନ ସୁଖ ମୟ ଏବଂ ଶାନ୍ତି ପୂର୍ଣ୍ଣ ହୋଇ ଥାଏ ।
ସେହିପରି ମଙ୍ଗଳବାର ଦିନ ଜନ୍ମିତ ଝିଅ ମାନେ ସ୍ୱଭାବରେ ସାଧାରଣ ଶକ୍ତ ହୋଇଥାନ୍ତି । ଏମାନେ କେବେ ବି ଶୀଘ୍ର କାହା ଉପରେ ବିଶ୍ୱାସ କରନ୍ତି ନାହିଁ ମିଛ କହୁ ଥିବା ଲୋକ ମାନଙ୍କୁ ଏମାନେ କେବେ ବି ପସନ୍ଦ କରନ୍ତି ନାହିଁ ।
ବୁଧବାର ଦିନ ଜନ୍ମିତ ନାରୀ ମାନେ ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ଯାଇଥାନ୍ତି । କାରଣ ଏମାନଙ୍କ ଉପରେ ମାତା ସରସ୍ୱତୀଙ୍କ ଆଶୀର୍ବାଦ ବହୁତ ପରିମାଣରେ ରହିଥାଏ। ଏମାନେ ଦେଖିବା ପାଇଁ ସୁନ୍ଦର ହେବା ସହିତ ଏମାନଙ୍କ ହୃଦୟ ବହୁତ କୋମଳ ହୋଇଥାଏ ।
ଗୁରୁବାର ଦିନ ଜନ୍ମିତ ଝିଅମାନଙ୍କୁ ସର୍ବଗୁଣ ସମ୍ପନ୍ନା ବୋଲି କୁହା ଯାଇଥାଏ । ଏମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହିତ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି । ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ।
ଶୁକ୍ରବାରରେ ଜନ୍ମ ହୋଇ ଥିବା ନାରୀ ମାନେ ଚଞ୍ଚଳ ସ୍ୱଭାବର ହୋଇ ଥାନ୍ତି । ଏମନେ ମୈଜ୍ ମସ୍ତି କରିବା ପାଇଁ ପସନ୍ଦ କରନ୍ତି ଏହା ସହିତ ଏମାନେ ବିଳାସ ମୟ ଜୀବନ ଜାପନ କରନ୍ତି ।
ସେହିପରି ଶନିବାରରେ ଜନ୍ମ ହୋଇ ଥିବା ଝିଅ ମାନଙ୍କ ଉପରେ ଭଗବାନ ଶନିଙ୍କ କୃପା ସବୁ ବେଳେ ରହି ଥାଏ । ଏମାନେ ସ୍ୱଭାବରେ ରାଗି ହୋଇଥିଲେ ମଧ୍ୟ ନିଜସ୍ୱ ପରିଚୟ ସୃଷ୍ଟି କରିବା ପାଇଁ ଏମାନେ ପସନ୍ଦ କରନ୍ତି।
