ଜାଣନ୍ତୁ କିପରି ଆରମ୍ଭ କରିବେ ମାଛ ଚାଷ ଓ ଏହାର ଉପାଦେୟତା
ଘରେ ଘରେ ପ୍ରିୟ ମାଛ । ତେବେ ଏହି ମାଛ ବର୍ତମାନ ସଂଖ୍ୟାଧିକ ଲୋକଙ୍କର ଦୈନଦିନର ଖାଦ୍ୟ । ବିଭିନ୍ନ ଗୁରୁତ୍ୱପୂର୍ଣ ମିନେରାଲ, ଭିଟାମିନ ଏବଂ ବିଶେଷ କରି ଅଧିକ ପ୍ରୋଟିନ ଯୁକ୍ତ ମାଛ ଗୁଡିକର ଚାହିଦା ଏବେ ଦେଶ ବିଦେଶରେ ବେଶ ଅଧିକ ରହିଛି । ତେଣୁ ପ୍ରକୃଷ୍ଟ ପ୍ରଣାଳୀରେ ମାଛ ଚାଷ କଲେ ମୋଟା ଅଙ୍କ ରେ ରୋଜଗାର କରିବା ସମ୍ଭବ ହେଇପାରିବ ।
ବିଶ୍ୱରେ ହାରାହାରି ୧୦ କୋଟି ଲୋକ ମାଛ ଖାଇବାକୁ ଭଲ ପାଆନ୍ତି ଏବଂ ଏହା ନିଯୁକ୍ତିର ଏକ ଅନ୍ୟତମ ଉପାୟ । ବର୍ତ୍ତମାନ ବଜାରର ଚାହିଦା ଦେଖିଲେ ମାଛ ଚାଷ ଏକ ଉତ୍ତମ ବିକଳ୍ପ । ମାଛ ବ୍ୟତୀତ ଅନ୍ୟାନ୍ୟ ସାମୁଦ୍ରିକ ପ୍ରାଣୀ ଯଥା କଙ୍କଡା, ଚିଙ୍ଗୁଡ଼ି, ଇତ୍ୟାଦି ଚାଷ କରିବା ଆହୁରି ଅଧିକ ଲାଭଦୟକ । ଫାର୍ମ ବା ଟାଙ୍କି ରେ କୁତ୍ରିମ ଭାବେ ଚାଷ କରାଯାଇଥିବା ମାଛ ରେ ଅଧିକ ପ୍ରୋଟିନ ର ମାତ୍ର ଥାଏ ବୋଲି କେତେକ ପରୀକ୍ଷଣ ରୁ ଜଣାପଡିଛି । ମାଛକୁ ଉଭୟ ବଡ ଚାଷୀ ଏବଂ ଛୋଟ ଚାଷୀ, ଚାଷ କରିପାରିବେ। ମାଛ ଚାଷ ଲାଗି ସରକାର ବିଭିନ୍ନ ସ୍କିମ ରେ ସବ୍ସିଡି ଯୋଗାଇ ଦେଉଛନ୍ତି । ଏହା ବ୍ୟତୀତ ଆପଣ ନିଜ ଘରେ ଛୋଟ ଟାଙ୍କି ରେ ମଧ୍ୟ ନିଜ ପରିବାର କୁ ପୋଷିବା ଲାଗି ମାଛ ଚାଷ କରିପାରିବେ ।
କିପରି କରିବେ ମାଛ ଚାଷ :
ଅଧିକ ଲାଭ ଲାଗି ପ୍ରକୃଷ୍ଟ ପ୍ରଣାଳୀ ରେ ମାଛ ଚାଷ କରନ୍ତୁ ।
ଉଚିତ ସ୍ଥାନର ଚୟନ :
ସବୁ ସ୍ଥାନରେ ମାଛ ଚାଷ କରି ହୁଏ ନାହିଁ । ତେଣୁ ଉପକୂଳ ନିକଟବର୍ତୀ ଅଞ୍ଚଳ ବା ଯେଉଁ ସ୍ଥାନରେ ନଦୀ, ନାଳ ବା ପୋଖରୀ ପାଖ ପାଖି ଥିବ ସେଇଠି ମାଛଚାଷ କରିଲେ ଅଧିକ ଅମଳ ମିଳେ ।
ବାରମ୍ବାର ପାଣି ଜମୁଥିବା ବା ଅଧିକ ପ୍ରଦୂଷିତ ସ୍ଥାନ ରେ ଚାଷ କରିଲେ ମାଛ ମରିବାର ସମ୍ଭାବନା ଅଧିକ ଥାଏ ।
ଚାଷ ଜମି ନିକଟରେ ଚାଷ କରନ୍ତୁନାହିଁ । ଚାଷରେ ବ୍ୟବହାର ହେଉଥିବା ସାର ଖତ କୀଟନାଶକ ଇତ୍ୟାଦି ମାଛ ମାନଙ୍କ ଲାଗି କ୍ଷେତିକାରକ । ଆପଣଙ୍କ ନିକଟବର୍ତୀ ମାଛ ହାଟ ବା ବଜାର ଅଛି କି ନାହିଁ ସେଥି ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।
ପୋଖରୀ ନିର୍ମାଣ :
ନିକଟବର୍ତୀ ମାଛ ଚାଷ ବିଶେଷଜ୍ଞ ଙ୍କ ପରାମର୍ଶ ନେଇ ଏକ ଉତ୍ତମ ପ୍ଲାନ ତିଆରି କରନ୍ତୁ ଏବଂ ସେହି ପ୍ଲାନ ଅନୁଯାୟୀ ପୋଖରୀ ଖୋଲିବାର ସ୍ଥାନ ନିର୍ଧାରିତ କରନ୍ତୁ । ପୋଖରୀର ଆକାର ଜମି ଏବଂମାଛ ପ୍ରଜାତି ଉପରେ ମଧ୍ୟ ନିର୍ଭରଶୀଳ। ସର୍ବଦା ପୋଖରୀ କୁ ସଫା ରହିବାର ପ୍ରୟାସ କରନ୍ତୁ । ଏହା ଅମଳ ବୃଦ୍ଧି କରିଥାଏ ।
କେଉଁ ମାଛ ଚାଷ କରିବେ :
ଏହା ପ୍ରଥମତଃ ଆପଣଙ୍କ ସୁବିଧା ଏବଂ ବଜାର ଚାହିଦା ଉପରେ ନିର୍ଭରଶୀଳ। ତେବେ ମଧୁର ଜଳ ମାଛ ଯେପରି- ରୋହି, ଭାକୁର, କାର୍ପ, ଚିଙ୍ଗୁଡ଼ି, କଙ୍କଡା ଇତ୍ୟାଦି ଚାଷ କରିବା ବେଶ ଲାଭଦାୟକ । ଏହା ବ୍ୟତୀତ ଶୋଭାପ୍ରଦ ମାଛ ଚାଷ ର ମଧ୍ୟ ବଜାରରେ ବେଶ ଅଧିକ ଚାହିଦା ରହିଛି ।
ଖାଦ୍ୟ ଯୋଗାଣ :
ଖାଦ୍ୟ ଯୋଗାଣ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ । ଉତ୍ତମ ମାନର ମାଛ ଖାଦ୍ୟ ସହ ପ୍ରାକୃତିକ ଭାବେ ମାଛ ମାନଙ୍କର ପ୍ରିୟ ଖାଦ୍ୟ ଯୋଗାଇଲେ, ଅମଳ ନିଶ୍ଚିନ୍ତ ବୃଦ୍ଧି ପାଏ ।ଚାଷ ହୋଇଥିବା ପ୍ରଜାତି ଅନୁଯାୟୀ ଦିନକୁ ସେତିକି ଥର ଖାଇବାକୁ ଦିଅନ୍ତୁ ।
ଖାଦ୍ୟରେ ଉଚିତ ମାତ୍ରାରେ ଭିଟାମିନ, ମିନେରାଲ ଇତ୍ୟାଦି ରହିବ ଅତିଆବଶ୍ୟକ ।
ମାଛ ଅମଳ କେବେ କରିବେ :
ପ୍ରଜାତି ଅନୁଯାୟୀ ମାଛ ଅମଳ କରିବା ସମୟ ପରିବର୍ତନ ହୁଏ। ତେବେ ଚାଷ ହୋଇଥିବା ମାଛ ଙ୍କମଧ୍ୟରୁ ବହୁ ଗୁଡ଼େ ମାଛ ଙ୍କର ଓଜନ ବୃଦ୍ଧି ହୋଇଗଲେ ସେମାନଙ୍କୁ ସକାଳୁ ବା ସନ୍ଧ୍ୟାରେ ପୋଖରୀରୁ ପାଣି ର ମାତ୍ରା କମ କରି ଜାଲ ପକାଇ ଧରନ୍ତୁ । ମାଛ ଧରିଲା ସମୟ ରେ ବାତାବରଣ ତାପମାତ୍ରା କମ ରହିବା ଆବଶ୍ୟକ । ମାଛ ଧରିଲା ପରେଯଥା ଶୀଘ୍ର ବିକ୍ରି କରିବାର ବ୍ୟବସ୍ଥା କରନ୍ତୁ ।
