ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ କାର୍ଯ୍ୟ ଦିବସ । ମଙ୍ଗଳବାର ବିଧାନସଭାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଉପରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଚାଷୀ ଆତ୍ମହତ୍ୟା ଘଟଣା । ମରୁଡି ଜନିତ ଫସଲ ହାନି ଋଋଣଭାର ଯୋଗୁ ହୋଇଛି ।
କଂଗ୍ରେସ ଏକ ପ୍ରତିନିଧି ଦଳ ସେଠାରେ ପହଂଚି ରିପୋର୍ଟ ସଂଗ୍ରହ କରିଥିଲେ । କିନ୍ତୁ ଫିଲଡ଼କୁ ନଯାଇ ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସବୁଠି ବଳିଷ୍ଠ ପ୍ରମାଣ ହେଉଛି ତାଙ୍କ ସ୍ତ୍ରୀ । କିନ୍ତ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇନାହିଁ । ଗୃହରର ବିବୃତ୍ତି ବେଳେ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତି କରିଛନ୍ତି । ପାଟଣା ଗଡ଼ରେ ଦ୍ଵିତୀୟ ଚାଷୀ ଆତ୍ମହତ୍ୟା କରିଥିବାବେଳେ ଗତକାଲି କେନ୍ଦ୍ରଡାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି । ମରୁଡି ଯୋଗୁ ଜଳ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବାବେଳେ ଗୃହ କମିଟି ଗଠନ କରି କେଉଁ କାରଣରୁ ଚାଷୀ ମାନେ ଆତ୍ମହତ୍ୟା କରୁଛନ୍ତି ସେ ବିଷୟରେ ତଦନ୍ତ କରାଯିବାକୁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନରସିଂହ।
