ନେତୃସ୍ତରୀୟ ଯାଦବଙ୍କ ସଂକଳ୍ପ ବୈଠକ
ବାଲେଶ୍ୱର : ବାଲେଶ୍ୱର ସହର ଟେକ୍ନିକାଲ ପଡ଼ିଆ ସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଜିଲାର ସମସ୍ତ ମୁଖ୍ୟ ନେତୃସ୍ତରୀୟ ଯାଦବ (ଗୋପାଳ) ମାନଙ୍କର ଏକ ସଂକଳ୍ପ ବୈଠକ ଅନୁଷ୍ଠିତ ହେଇଯାଇଛି । ବୈଠକରେ ଆଗାମୀ ଦିନରେ ଜିଲାର ସମସ୍ତ ଯାଦବମାନେ ଏକ ଛାତ ତଳେ ଓ ଏକ ହିଁ ବେନରରେ ସମସ୍ତ ଧାର୍ଯ୍ୟ କାର୍ଯ୍ୟକ୍ରମ ଯଥା କୃଷ୍ଣୟାନ (ନନ୍ଦୋତ୍ସବ), ଦଶହରାରେ ଆଖଡ଼ା, ଗିରି ଗୋବର୍ଦ୍ଧନ ପୂଜା ଇତ୍ୟାଦି ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାଙ୍ଗକୁ ନିଜ ଜାତିକୁ ଓବିସି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପରି ଆବଶ୍ୟକୀୟ କାର୍ଯ୍ୟକ୍ରମମାନ ଏକ ହୋଇ ଏକମାତ୍ର ରେଜିଷ୍ଟ୍ରେସନ୍ ଭୁକ୍ତ ସଂଗଠନ ଦ୍ୱାରା ସମ୍ପନ୍ନ କରିବାକୁ ସଂକଳ୍ପ ନେଇଥିଲେ ।
ବୈଠକରେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଏକ ପ୍ରୀତି ଭୋଜନରେ ଯୋଗଦାନ ଅବସରରେ ପୂର୍ବତନ ବିଚାରପତି ଭାଗିରଥି ବାରିକ, ପ୍ରଭାସ ଦାସ, ବିଜୟ ମହାପାତ୍ର, ଅଶୋକ ଦାସ , ସୁରଞ୍ଜନ ଦାସ, ସୁଶୋଭନ ବାରିକ, ଅଜୟ ବାରିକ, ବିପ୍ଲବ କେଶରୀ ଯାଦବ, ରମେଶ ବେହେରା, ରାଜେଶ ମହାକୁଡ଼, ପୂର୍ଣ୍ଣଚନ୍ଦ୍ର ଦାସ, ଅଞ୍ଜନ ବାରିକ, ମାଧବାନନ୍ଦ ଦାସ, ରବୀନ୍ଦ୍ର ମହାକୁଡ଼, ଶଙ୍କର୍ଷଣ ବାରିକ, ଜଗନ୍ନାଥ ଦାସ, ରାଜକିଶୋର ଦାସ, ନାରାୟଣ ଦାସ, ରବୀନ୍ଦ୍ର ବେହେରା, ଅବସ ଦାସ, ପୁରୁଷୋତ୍ତମ ବାରିକ, ବିଶ୍ୱଜିତ୍ ମହାପାତ୍ର, ଅଶ୍ୱିନୀ କୁମାର ଦାସ ଓ ନିଶିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
