ରୁଦ୍ରଗୋପାଳପୁରରେ ନୂତନ ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ
ରେମୁଣା : ବାଲେଶ୍ଵର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦହପଡା ଗ୍ରାମ ପଞ୍ଚାୟତର ରୁଦ୍ରଗୋପାଳପୁର ଗ୍ରାମରେ ନୂତନ ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଗୁରୁବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ଦହପଡା ସରପଞ୍ଚ ପ୍ରଣତି ଜେନା ଯୋଗଦେଇ ଶୁଭ ଦେଇଥିଲେ । ଏହି ଅବସରରେ ଜିଲାପରିଷଦ କବିତା ପାଣି, ସମିତି ସଭ୍ୟ ରବିନ୍ କୁମାର ପ୍ରଧାନ, ନାଏବ ସରପଞ୍ଚ ନିବେଦିତା ଦାସ, ଦହପଡା ପଞ୍ଚାୟତ ବିଜେଡି ସଭାପତି ସୁଦର୍ଶନ ବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ ଓ ନେତୃବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସୂଚନା ଯେ, ରୁଦ୍ରଗୋପାଳପୁରରେ ଦୀର୍ଘ ବର୍ଷ ହେବ ଅଙ୍ଗନୱାଡ଼ି ପିଲାମାନେ ଜଣଙ୍କ ବାରଣ୍ଡାରେ ବସି ପାଠ ପଢୁଥିଲେ। ଏହାକୁ ନଜରରେ ରଖି ସରପଞ୍ଚ ଶ୍ରୀମତୀ ଜେନା ଏଠାରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ନେଇ ଚେଷ୍ଟା କରିଥିବା ବେଳେ ୮ ଲକ୍ଷ ୨୦ହଜାର ଟଙ୍କା ବିନିମୟରେ ଏକ ଅଙ୍ଗନୱାଡ଼ି କେନ୍ଦ୍ରର କୋଠା ନିର୍ମାଣ ନେଇ ଶୁଭ ଦିଆଯାଇଛି । ଫଳରେ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ ଶ୍ରୀମତୀ ଜେନାଙ୍କ ଏଭଳି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଛନ୍ତି ।
