ଆଇନ ଅଧିକାରୀ ଓ କାଉନସେଲ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ
ଭୁବନେଶ୍ୱର : ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ସରକାରଙ୍କ ଆଇନ ଅଧିକାରୀ ଓ କାଉନସେଲ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ । ସାଧାରଣ ଲୋକଙ୍କୁ ସଠିକ୍ ସମୟରେ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ସକାଶେ ସରକାର ପ୍ରତିବଦ୍ଧ । ସେହିପରି ଭାରତୀୟ ନ୍ୟାୟ ବ୍ୟବସ୍ଥା, ସମୟର ଗତି ସହ ତାଳଦେଇ ପରିବର୍ତନ ହୋଇ ଚାଲିଛି ଏବଂ ସାଧାରଣ ଲୋକ ଚାହୁଁଥିବା ନ୍ୟାୟ ତାକୁ ସଠିକ ସମୟରେ ପ୍ରଦାନ କରିବା ସୁନିଶ୍ଚିତ କରିବା ସକାଶେ ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ କହିଛନ୍ତି ।
ସେହିପରି ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ । ପଶ୍ଚିମବଙ୍ଗ, ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ଼, ଆସାମ, ସିକିମ, ତ୍ରିପୁରା, ନାଗାଲାଣ୍ଡ, ମିଜୋରାମ, ମଣିପୁର, ମେଘାଳୟ ଓ ଅରୁଣାଚଳ ପ୍ରଦେଶର କେନ୍ଦ୍ର ସରକାରୀ ଉପଦେଷ୍ଟାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଭାରତ ସରକାରଙ୍କର ଆଇନ ଅଧିକାରୀଗଣ ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ସରକାରୀ ଉପଦେଷ୍ଟାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି । ଉଦଘାଟନୀ ସମାରୋହରେ ସୁପ୍ରିମକୋର୍ଟର ବିଚାରପତି ବି.ଭି.ନାଗାରତ୍ନ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲୀଧର ପ୍ରମୁଖ ଉପସ୍ଥିତ ଥିଲେ ।
