ପୌରପାଳିକା ତରଫରୁ ଆବର୍ଜନା ଉଠାଇବା ପାଇଁ ନୂତନ ୭ ଗୋଟି ଏଲ.ସି.ଭି ଶୁଭାରମ୍ଭ
ବାରିପଦା : ଦିନ ବାରିପଦା ପୌରପାଳିକା ତରଫରୁ ପୌରାଂଚଳ ମଧ୍ୟରେ ବିଭିନ୍ନ ଅଂଚଳରୁ ଆବର୍ଜନା ଉଠାଇବା ପାଇଁ ୭ ଗୋଟି ଏଲ.ସି.ଭି ( ହାଲକା ଯାନ ) ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବାର ଜଣାଯାଇଛି । ଟାଟା କମ୍ପାନୀ ଦ୍ୱାରା ନିର୍ମିତ ଏହି ଗାଡି ଗୁଡିକ ମାଧ୍ୟମରେ ବିଭିନ୍ନ ଗୃହର ଦ୍ୱାର ମୁହଁରୁ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରୁ ଆବର୍ଜନା ନେବା ପାଇଁ ବାରିପଦା ପୌରପାଳିକା ଦ୍ୱାରା ଉକ୍ତ ଗାଡି ଗୁଡିକୁ ଜନସାଧାରଣଙ୍କୁ ଉତ୍ସର୍ଗ କରାଯାଇଅଛି । ଏହି ୭ ଗୋଟି ଯାନ ସହିତ ମୋଟ ୨୭ ଗୋଟି ହାଲକା ଯାନ ଓ ବ୍ୟାଟେରୀ ପରିଚାଳିତ ଗାଡି ଓ ୩୦ ଗୋଟି ଟ୍ରାଇସାଇକେଲ ମାଧ୍ୟମରେ ସହରର ବିଭିନ୍ନ ମୁଖ୍ୟ ରାସ୍ତା, ଗଳି ଗୁଡିକରୁ ଏହି ଆବର୍ଜନା ଉଠାଇ ନେବା ପାଇଁ ବାରିପଦା ପୌରପାଳିକା ଦ୍ୱାରା ସହରବାସୀଙ୍କୁ ଯୋଗାଇ ଦିଆଯାଇଅଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ-ନଗରପାଳ ସୀମା ଦାସ, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷ ଦୌଲତ ଚନ୍ଦ୍ରକାର, ବାରିପଦା ପୌରପାଳିକାର ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
