ଜାପାନରେ ବଡ଼ଧରଣର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି
ଟୋକିଓ : ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି । ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି । ସେହିପରି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି ।
ନ୍ୟାସନାଲ ସେଂଟର ଫର୍ ସେଇସ୍କୋଲୋଜି (ଭାରତ) ଅନୁଯାୟୀ, ବୁଧବାର ରାତି ୮.୦୬ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ଟୋକିଓର ଉତ୍ତରପୂର୍ବ ଦିଗ ଠାରୁ ୨୯୭ କିମି ଦୂରରେ ରହିଛି । ଭୂପୃଷ୍ଠରୁ ୮୧ କିମି ଗଭୀରରେ ଭୂକମ୍ପ ସୃଷ୍ଟି ହୋଇଥିଲା ।
