ସୁରୁଖୁରୁରେ ସୁଏଜ କେନାଲ ଅତିକ୍ରମ କଲା ଏଭର ଗ୍ରୀନ
କାଇରୋ : ପୁଣି ଥରେ ସୁଏଜ କେନାଲ ଅତିକ୍ରମ କଲା ବୃହତ୍ ମାଲବାହୀ ଜାହାଜ ଏଭର ଗ୍ରୀନ। ବ୍ରିଟେନରୁ ଚୀନ ଯାଉଥିବାବେଳେ ଶୁକ୍ରବାର ଜାହାଜଟି ସୁଏଜ କେନାଲ ଅତିକ୍ରମ କରିଥିଲା । କିନ୍ତୁ ଏଥର ଜାହାଜଟି ସୁରୁଖୁରୁରେ କେନାଲ ଅତିକ୍ରମ କରିଥିଲା ବୋଲି ସୁଏଜ କେନାଲ ଅଥରିଟି (ଏସସିଏ) ପକ୍ଷରୁ ସୂଚନା ଦିଆଯାଇଛି । ଏଥର ଏହି ଜାହାଜ ଅତିକ୍ରମ କରିବା ବେଳେ ଏସିଏର ଦୁଇଟି ଟଗବୋଟ୍ ଏହାକୁ ପାଇଲଟିଂ କରି ନେଇଥିଲେ ।
ସୂଚନା ଯେ, ଗତ ମାର୍ଚ୍ଚ ୨୩ରେ ଜାପାନର ସୋଇ କିସେନ କାଇସା ନାମକ କମ୍ପାନି ମାଲିକାନାରେ ଥିବା ୪୦୦ ମିଟର ଲମ୍ବ ଏଭର ଗିଭିନ ସୁଏଜ କେନାଲରେ ଫସିଯାଇଥିଲା । ଏହା ପରେ ହିଁ ପ୍ରାୟ ୧ ସପ୍ତାହ ଧରି ସୁଏଜ କେନାଲ ସଂକଟ ଆରମ୍ଭ ହୋଇଥିଲା । କେନାଲର ଉଭୟ ପଟେ ଶହ ଶହ ଜାହାଜ ଅଟକି ରହିଥିଲେ । ଏହା ଫଳରେ ବିଶ୍ୱ ବାଣିଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପଥ ପ୍ରଭାବିତ ହୋଇଥିଲା ।
