ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଲାହୋର, ନିଶ୍ୱାସ ପ୍ରଶ୍ୱାସ ନେବା ହାନିକାରକ
ଲାହୋର: ବାୟୁମଣ୍ଡଳ ପ୍ରଦୂଷଣରେ ପାକିସ୍ତାନର ଲାହୋର ସହର ଭାରତର ନୂଆଦିଲ୍ଲୀକୁ ଅତିକ୍ରମ କରିଛି। ଲାହୋର ସହରକୁ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ଭାବେ ଘୋଷଣା କରାଯାଇଛି। ଏକ ବିଶ୍ବସ୍ତରୀୟ ପରିବେଶ ଥିଙ୍କଟ୍ୟାଙ୍କର କହିବା ଅନୁଯାୟୀ ଲାହୋର ସହରର ବାୟୁ ମାନ ସୂଚୀ (ଏୟାର କ୍ବାଲିଟି ଇନ୍ଡେକ୍ସ) ୫୦୦ ରହିଛି। ଯେତେବେଳେ କି ନୂଆଦିଲ୍ଲୀର ବାୟୁ ମାନ ସୂଚୀ ୫୦୦ ରହିଛି। ଲାହୋରର କୋଟ ଲଖପତ ଅଞ୍ଚଳରେ ବାୟୁର ମାନ ଅତ୍ୟନ୍ତ ବିପଜ୍ଜନକ ରହିଛି। ଏଠାରେ ନିଶ୍ୱାସ ପ୍ରଶ୍ୱାସ ନେବା ହାନିକାରକ।
ଲାହୋରର ପରିବେଶ ସମ୍ପର୍କିତ ଏପରି ଖବରକୁ ପାକିସ୍ତାନ ସ୍ବୀକାର କରିଛି। ତେବେ ଲାହୋର ବାୟୁମଣ୍ଡଳ ଏପରି ପ୍ରଦୂଷଣ ସାମୟିକ ବୋଲି ପାକିସ୍ତାନ କହିଛନ୍ତି। ମାତ୍ର ପାକିସ୍ତାନର ଜଣେ ଟ୍ବିଟର ବ୍ୟବହାରକାରୀ କହିଛନ୍ତି ସବୁକିଛି ସାମୟିକ ହୋଇଥିବାବେଳେ ଲାହୋର ସହର ପ୍ରଦୂଷିତ ସହର ତାଲିକାର ସର୍ବାଗ୍ରେ ରହିବା ସ୍ଥିର ନିଶ୍ଚିତ। ତେଣୁ ଯେଉଁମାନେ ଲାହୋର ଆସିବାକୁ ଯୋଜନା କରୁଛନ୍ତି ସେମାନେ ଏହାର ପୁନଃବିଚାର କରିବା ଦରକାର।
