କୁସୁମ ଟିଭିର ନୂଆଁଖାଇ ଭେଟଘାଟ୍
କଟକ : କୁସୁମ ଟିଭି ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନୂଆଁଖାଇ ଭେଟଘାଟ୍ କଟକ ଟାଉନ ହଲଠାରେ ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ମେୟର ସୁବାସ ସିଂହ, ସମାଜସେବୀ ଡ. ପ୍ରଶାନ୍ତ କୁମାର ଦାଶ ଓ କୁସୁମ ଟିଭିର ଅଧ୍ୟକ୍ଷା ମଂଜରୀ ଦାସ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭ ଉଦଘାଟନ କରିଥିଲେ । ଗାୟିକା ସୁଶ୍ରୀ ଇତିଶ୍ରୀ ପାଣି ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲା ବେଳେ କୁସୁମ ଟିଭିର ନିର୍ଦ୍ଦେଶକ ଦୀପକ କୁମାର ତ୍ରିପାଠୀ ମଂଚ ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ ଡ. ଅନଙ୍ଗ ମୋହନ ଦ୍ୱିବେଦୀ, ସମ୍ମାନିତ ଅତିଥି ଦୁର୍ଗା ପାଢୀ ପ୍ରମୁଖ ଯୋଗଦେଇଥିଲେ । ସାରା ଓଡିଶାର ସଂସ୍କୃତି ଓ ପରମ୍ପରା, ଭାଇଚାରାକୁ ଏହିଭଳି ଭାବରେ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ବିଶ୍ୱରେ ଏକ ପରିଚୟ ସୃଷ୍ଟି କରିସାରିଲାଣି ବୋଲି ବକ୍ତାମାନେ ପ୍ରକାଶ କରିବା ସହ କୁସୁମ ଟିଭି କଟକ ଭଳି ଭାଇଚାରା ସହରରେ ପ୍ରଚାର ପ୍ରସାର କରୁଥିବାରୁ ଅତିଥିମାନେ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ । ଏହି ଅବସରରେ କୁନି କୁନି କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି କୁସୁମ ଟିଭିର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିସ୍ମୟ ବେହେରା ଏହି ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ ।
