ହସ୍ପିଟାଲ ପରିସରକୁ ସଫାକଲେ କୁଡୁମୁଲୁଗୁମ୍ମା ବିଏସଏଫ ଯବାନ
ମାଲକାନଗିରି : ଆଜି ଏକ ସ୍ୱତନ୍ତ୍ର ସଫେଇ ଅଭିଯାନ ଅନ୍ତର୍ଗତ ବିଏସଏଫ ୧୫୧ ବାଟାଲିୟନ ଯବାନ ମାନେ କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫା କରିଥିଲେ । ଆଜିର ଏହି ଅଭିଯାନର ନେତୃତ୍ୱ ବିଏସଏଫ କମାଣ୍ଡାଂଟ ନୀରଜ ଶର୍ମା ନେଇଥିବା ବେଳେ ଇନ୍ସପେକ୍ଟର ଜସୱନ୍ତ ସିଂ, ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ. ସନ୍ତୋଷ କୁମାର ଷଡଙ୍ଗୀ, ଫାର୍ମାସିଷ୍ଟ ସନ୍ଜୟ କୁମାର ପୃଷ୍ଟି,ଏଲ.ଟି ପଦ୍ମ ଚରଣ ପଣ୍ଡା, ବିପିଏମ୍ ରଞ୍ଜନ ନାୟକ ଓ ପଦ୍ମନାଭ ରାଓ ପ୍ରମୁଖ ଉପସ୍ଥିତ ରହି ସଫେଇ ଅଭିଯାନକୁ ସଫଳତାର ସହ ତ୍ୱରାନ୍ୱିତ କରିଥିବା ଜଣାପଡିଛି । ଏହି ସଫେଇ କାର୍ଯ୍ୟରେ ବିଏସଏଫ ର ପାଖାପାଖି ୪୦ ଜଣ ଯବାନ ନିୟୋଜିତ ହୋଇ ମେଡିକାଲ୍ ପରିସର, ପାଖରେ ଥିବା ଯାତ୍ରୀ ବିଶ୍ରାମଗାର ଓ ମୁଖ୍ୟ ଫାଟକ ସାମନାରେ ଥିବା ଡ୍ରେନ୍ ର ଅଳିଆ ଆବର୍ଜ୍ଜନା ଏକତ୍ରିତ କରି ନିକଟରେ ଥିବା ଗାର୍ବେଜ ୟାର୍ଡ ରେ ପକାଇଛନ୍ତି । ବିଏସଏଫର ଏଭଳି ମହନୀୟ ଉଦ୍ୟମ ପାଇଁ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି ।
