କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ରେଳରୋକ
କରଞ୍ଜିଆ : ଆଦିବାସୀ ମାନ୍ୟତା ଦାବିରେ ରେଳରୋକ । କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବି ସହ କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଓ ସାରନା ଧର୍ମର କୋଡ଼ ଲାଗୁ କରିବା ୩ ଦଫା ଦାବି ନେଇ ରେଳରୋକ ହୋଇଛି ।
ରାଇରଙ୍ଗପୁର ଅଂଳାଯୋଡି ରେଳ ଷ୍ଟେସନରେ ଓଡିଶା କୁଡୁମୀ ସେନା ନେତୃତ୍ୱରେ କୁଡୁମୀ ଜାତିର ବିଭିନ୍ନ ସଙ୍ଗଠନ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରାଯାଇଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।
