କିସ୍ ଡେ’ : ଜାଣନ୍ତୁ ଏହାର ମହତ୍ୱ, କେମିତି ପାଳନ କରନ୍ତି ପ୍ରେମୀ ଯୁଗଳ
ପ୍ରେମ ଶାସ୍ୱତ-ସତ୍ୟ-ଚିରନ୍ତନ । ପ୍ରେମ ବିନା ପୃଥିବୀ କେମିତି ଗୋଟିଏ ଖାଁ ଖାଁ ଲାଗେ । ଫେବୃୟାରୀ ମାସକୁ ପ୍ରେମ ଋତୁ ଭାବେ ପାଳନ କରାଯାଏ । ଯୁବ ସମାଜ ଏହି ମାସକୁ ଚାତକ ପରି ଚାହିଁ ରହିଥାନ୍ତି । ଆଉ ଏବେ ଚାଲିଛି ପ୍ରେମ ସପ୍ତାହ । ଏହି ସପ୍ତାହ ରୋଜ୍ ଡେ’ରୁ ଆରମ୍ଭ ହୁଏ ଓ ଶେଷ ଭାଲେଣ୍ଟାଇନ ଡେ’ରେ ହୁଏ । ଭଲ ପାଉଥିବା ପ୍ରେମିକ ଓ ପ୍ରେମିକା ଏହି ସପ୍ତାହକୁ ଖାସ୍ ଓ ତାଜା ରଖିବାକୁ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଥାନ୍ତି । ଆଉ ସପ୍ତାହରେ ଆଜିର ଦିନକୁ କିସ ଡେ’ (ଚୁମ୍ବନ ଦିବସ) ବେଶି ପ୍ରାଧାନ୍ୟ ଦିଆଯାଇଥାଏ ।
କିସ୍ ଡେ’କୁ ପ୍ରେମୀ ଯୁଗଳ ଟିକେ ହଟ୍କେ ଭାବେ ପାଳନ କରିଥାନ୍ତି । କାରଣ ନିଜର ଭାବକୁ ପ୍ରକାଶ କରିବାର ଏକ ମାଧ୍ୟମ ହେଉଛି ଏହି ଚୁମ୍ବନ । ଚୁମ୍ବନ କେବଳ ପ୍ରେମିକ ପ୍ରେମିକାଙ୍କ ପାଇଁ ନୁହେଁ, ଏହା ସମ୍ପର୍କକୁ ଅଧିକ ମଜ୍ଭୁତ୍ କରିଥାଏ । ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଚୁମ୍ବନ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ବ୍ୟକ୍ତିକୁ ସୁସ୍ଥ ମଧ୍ୟ ରଖିଥାଏ । ତେବେ କେତେ ପ୍ରକାର ଚୁମ୍ବନ ରହିଛି ଆସନ୍ତୁ ଜାଣିବା..
ଚକ୍ଷୁ ଚୁମ୍ବନ :
ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ପ୍ରେମ ଭାବର ଆଦାନ ପ୍ରଦାନର ପ୍ରଥମ ସୋପାନ ହେଉଛି ଚକ୍ଷୁ ଚୁମ୍ବନ । ସାଧାରଣତଃ ଝିଅମାନେ ଅଧିକ ଲାଜକୁଳି ହୋଇଥାନ୍ତି । ସେଥିପାଇଁ ତାଙ୍କ ଲାଜକୁ ଦୁର କରିବା ପାଇଁ ପ୍ରଥମେ ଆଖିରେ ଚୁମ୍ବନ ଦିଆଯାଇଥାଏ । ଏଥିରେ ଉଭୟେ ଆଖିକୁ ବନ୍ଦ କରି ପରସ୍ପରକୁ ଚୁମ୍ବନ କରାଯାଇଥାଏ ।
ମଥା ଚୁମ୍ବନ :
ସବୁଠୁ ମିଠା ଚୁମ୍ବନ ହେଲା ମଥା ଚୁମ୍ବନ । କୌଣସି ସମ୍ପର୍କ ଆରମ୍ଭ ହେଉଥିଲେ ଆପଣ ନିଜ ସାଥୀଙ୍କ କପାଳରେ କିସ୍ କରି ପ୍ରେମର ପ୍ରଥମ ପାହାଚରେ ପାଦ ରଖିପାରିବେ । ସମ୍ମାନର ସହ ଏହି ଚୁମ୍ବନ ଦିବଯାଇଥାଏ । କେବଳ ପ୍ରେମିକ-ପ୍ରେମିକାଙ୍କୁ ନୁହେଁ ବଡ଼ ଭାଇ-ସାନ ଭଉଣୀକୁ, ବାପା-ଝିଅଙ୍କୁ ମଧ୍ୟ ଦେଇଥାନ୍ତି ।
ହାତ ଚୁମ୍ବନ :
ଏହି ଚୁମ୍ବନ ମୁଖ୍ୟତଃ ପ୍ରେମିକା ତାର ପ୍ରେମିକ ହାତକୁ ଦେଇଥାଏ । ଏହା ପ୍ରେମୀ ଯୁଗଳଙ୍କ ପାଇଁ ବେଶ ରୋମାଣ୍ଟିକ ହୋଇଥାଏ । ଆପଣଙ୍କ ସାଥିର ପାପୁଲିର ପଛପଟେ ଶ୍ରଦ୍ଧାର ସହ କିସ୍ କରିବା ଖୁବ୍ ଖାସ୍ ହୋଇଥାଏ ।
ଏକ୍ସିମୋ କିସ୍ :
ଏସ୍କିମୋ ହେଉଛି ଏକ ପକ୍ଷୀ । ଏହି ପକ୍ଷୀଙ୍କ ଭଳି ପ୍ରେମୀ ଯୁଗଳ ପ୍ରେମ କଲେ ଏହାକୁ ଏସ୍କିମୋ କିସ୍ କୁହାଯାଏ । ଏଥିରେ ଦୁଇ ପ୍ରେମପକ୍ଷୀ ନାକକୁ ନାକ ଲଗାଇ କିଛି ମୂହୂର୍ତ୍ତ ପାଇଁ ନିଜକୁ ହଜାଇ ଦେଇଥାନ୍ତି । ସାଥୀର ଓଠ ଉପରେ ଓଠ ଲଗାଇ କିସ୍ କରିବାକୁ ଲିପ୍ଲକ୍ କୁହାଯାଇଥାଏ । ଏଥିରେ ପରସ୍ପର ସମ୍ମୁଖ ଭାଗକୁ ଆସି ଅତି ନିକଟତ୍ତର ହୋଇଥାନ୍ତି । ଏଥିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଓ ଭଲପାଇବା ଅଧିକ ମଜ୍ଭୁତ ହୋଇଥାଏ ।
ଲିପ୍ କିସ୍ :
ଏମିତି ଅନୁଭୂତି ନେବାକୁ ଚାହୁଁଥିଲେ ଆପଣ ନିଜ ପ୍ରେମପକ୍ଷୀଙ୍କ ଓଠର ଉପର କିମ୍ବା ନିମ୍ନ ଭାଗରେ କିସ୍ କରିପାରିବେ । ନିଜ ସାଥୀଙ୍କ ପ୍ରତି ଆପଣ କେତେ ଆକୃଷ୍ଟ ହୁଅନ୍ତି ତାହା ଏହି କିସ୍ରୁ ହିଁ ଜଣାପଡ଼ିଥାଏ । ହଜାର ଶବ୍ଦ ବ୍ୟବହାର କରି କିଛି ବୁଝେଇବା ଅପେକ୍ଷା ଗୋଟିଏ ଲିପ୍ କିସ୍ ନିଜ ଭିତରେ ଥିବା ସବୁ ଦ୍ୱନ୍ଦ୍ୱକୁ ଦୂର କରିଥାଏ ।
କର୍ଣ୍ଣ ଚୁମ୍ବନ :
ଶରୀରର କାନ ହେଉଛି ଏକ ସମ୍ବେଦନଶୀଳ ଅଂଶ । ସାଧାରଣତଃ ପ୍ରେମିକାଙ୍କ କାନରେ ପ୍ରେମିକ କିସ୍ କଲେ ସେ ଅଧିକ ଉତ୍ତେଜିତ ହୋଇଥାନ୍ତି । ପ୍ରେମିକାଙ୍କ କାନରେ କିସ୍ କରାଯିବା ଦ୍ୱାରା ସେ ନିଜ ଉପରେ ଖୁବ୍ ଶୀଘ୍ର ସଞ୍ଜମତା ହରାଇଥାନ୍ତି । ଏଥିରେ ଆପଣ ନିଜ ସାଥୀର କାନର ନିମ୍ନଭାଗରେ ହିଁ କିସ୍ କରି ପ୍ରେମକୁ ଜାହିର କରିପାରିବେ ।
ଲଭ୍ ବାଇଟ୍ :
ଏଥିରେ ଆପଣ ସାଥିଙ୍କର ଗାଲ ଏବଂ ଓଠକୁ ଅତି ନରମ ସ୍ପର୍ଶ କରି କାମୁଡ଼ିବାକୁ ବାଇଟ୍ କିସ୍ କୁହାଯାଇଥାଏ । ସାଧାରଣତଃ ଏହି କିସ୍ ଅନ୍ତରଙ୍ଗ ମୂହୁର୍ତ୍ତରେ ହୋଇଥାଏ । ଏହି କିସ୍ କରିବା ପରେ କିଛି ଦାଗ ରହିଥାଏ । ଏହି ଦାଗୁ ଲଭ୍ ବାଇଟ୍ କୁହାଯାଏ ।
