ଖଇରା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା , ୯୨ ଟି ପ୍ରକଳ୍ପ ସ୍ଥାନିତ
ଖଇରା : ବାଲେଶ୍ବର ଜିଲା ଖଇରାବ୍ଲକ ସ୍ତରୀୟ ବିଜ୍ଞାନ ମେଳା କୁପାରୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସର ରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ତଥା ମେଳା କମିଟି ସଭାପତି ଗୋଲକ ବିହାରୀ ପାଢୀ ଓ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେଶ୍ରା ପତାକା ଉତ୍ତୋଳନ କରିଥିଲେ । ବିଇଓ ଶ୍ରୀ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏଭଳି ମେଳାଦ୍ବାରା ପିଲାମାନଙ୍କ ବୌଦ୍ଧିକ ବିକାଶ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ଏଥିରେ ବରେଣ୍ୟ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ, ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡ଼ା, ସାଂସଦ ପ୍ରତିନିଧି ଜୟନ୍ତ କୁମାର ରାଉତ, ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ଓ ରଶ୍ମିତା ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁପାରୀ ସରପଞ୍ଚ ଜ୍ଯୋତ୍ସ୍ନାରାଣୀ ଦାସ, ସମିତି ସଭ୍ୟ ଅକ୍ଷୟ କୁମାର ଜେନା, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଧର ପ୍ରସାଦ ବେହେରା, ସହ-ଗୋଷ୍ଠୀ ଶିକ୍ଷାଧିକାରୀ ଗୌରାଙ୍ଗ ମହାପାତ୍ର ଓ ହେମନ୍ତ କୁମାର ମିଶ୍ର, ବିଜ୍ଞାନ ସଂଯୋଜକ ଜୟନ୍ତ କୁମାର ପଣ୍ଡା ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଘୁନାଥ ଦଳେଇ ପ୍ରମୁଖ ଯୋଗଦେଇ ଥିଲେ । ପ୍ରଥମେ ଅତିଥିମାନେ କୁନି କୁନି ପିଲାମାନଙ୍କ ଦ୍ବାରା ନିର୍ମାଣ ହୋଇଥିବା ବୈଜ୍ଞାନିକ ପ୍ରକଳ୍ପବୁଲି ଦେଖିଵା ପରେ ମଞ୍ଚାସୀନ ହୋଇଥିଲେ । କୁନି ବୈଜ୍ଞାନିକ ମାନଙ୍କର ହାତ ତିଆରି ପ୍ରକଳ୍ପ ଓ ନିର୍ମାଣ ଶୈଳୀ ବହୁ ଉଚ୍ଚକୋଟୀର ଆକର୍ଷଣୀୟ ଥିଲା । ଏଥିରେ ସିନିୟର ବିଭାଗର ୮୦ ଓ ଜୁନିୟର ବିଭାଗର ୧୨ ଟି ପ୍ରକଳ୍ପକୁ ମିଶାଇ ମୋଟ ୯୨ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା I ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ବକ୍ତବ୍ୟ ଅତି ସୁନ୍ଦର, ଉଚ୍ଚକୋଟୀର ଓ ଉପଦେଶାତ୍ମକ ଥିଲା । ଉଦଯାପନୀ ସଭାରେ ଅଵସର ପ୍ରାପ୍ତ ବିଇଓ ସୁଦର୍ଶନ ରାଉତ ଙ୍କ ସମସ୍ତ ଶିକ୍ଷକ ସଙ୍ଘର କର୍ମକର୍ତ୍ତା ଓ ବିଇଓ ଅଫିସ୍ କର୍ମଚାରୀଙ୍କ ଦ୍ବାରା ବିଭିନ୍ନ ବିଦ୍ୟାଳୟର କୃତି କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ବିଆରଟି ମନୋଜ ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ ସଙ୍ଘ, ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି ଓ ବିଇଓ ଅଫିସ୍ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଉକ୍ତ ମେଳା ଦେଖିବାକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ଓ ସ୍ଥାନୀୟ ଜନସାଧାରଣଙ୍କର ସମାଗମ ହୋଇଥିଲା
