ଖରିଆର ରୋଡ଼ ପୋଲିସ ଦ୍ୱାରା ୩୪ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା : ନୂଆପଡା ଜିଲ୍ଲା ଖରିଆର ରୋଡ ଜୋଙ୍କ ପୋଲିସ ୩୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଦାଦନ ଶ୍ରମିକ ମାନେ ରେଳ ଦ୍ୱାରା ଉତରପ୍ରଦେଶ ରାଜ୍ୟ ଅଯୋଧ୍ୟାକୁ ଇଟା ତିଆରି କରିବା ପାଇଁ ସ୍ଥିର ହୋଇଥିଲା । ଗତ ସନ୍ଧ୍ୟା ବେଳେ ପେଟ୍ରୋଲିଙ୍ଗ ସମୟରେ ଏକ ପିକଅପ ଭ୍ୟାନ ନମ୍ବର ଓଡ଼ି ୨୬ ସି ୪୬୪୨ ଗାଡିରେ ଶ୍ରମିକ ମାନେ ଯାଉଥିବାର ଦେଖି ଜୋଙ୍କ ପୋଲିସ ଗାଡିକୁ ଅଟକାଇଥିଲେ । ଏହି ପିକଅପ ଭ୍ୟାନରେ୧୨ ପୁରୁଷ, ୯ ଜଣ ମହିଳା ଏବଂ ୧୩ ଜଣ ଛୋଟ ଛୋଟ ଶିଶୁ ଥିଲେ । ପୋଲିସ ପିକଅପକୁ ଜବତ କରିବା ସହିତ ଦାଦନ ଦଲାଲ ଅଶ୍ୱିନୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠେଇ ଦିଆଯାଇଛି । ଦାଦନ ଶ୍ରମିକ ଉଦ୍ଧାର ବେଳେ ଆଇ ଆଇ ସି କୈଳାଶ ଚନ୍ଦ୍ର ସେଠି, ସବ ଇନସିପେକ୍ଟର ଅରବିନ୍ଦ ମେହେର, ଏଏସଆଇ ପି.କେ. ପଣ୍ଡା ହାବିଲଦାର କେ.ଏଚ. ଭୋଇ, ରମେଶ ଚନ୍ଦ୍ରକାର, ଦୃପତି ସାହା ପ୍ରମୁଖ ଉପସ୍ଥିତ ଥିଲେ । ସବ ଇନସିପେକ୍ଟର ଅରବିନ୍ଦ ମେହେର ଘଟଣାର ତଦନ୍ତ କରୁଛନ୍ତି ।
