ଖଇରମାଳ ରଘୁଡେରା ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଠାବ
ସମ୍ବଲପୁର : ସମ୍ବଲପୁର ଯୁଯୋମୁରା ରେଞ୍ଜ୍ ଅନ୍ତର୍ଗତ ଖଇରମାଳ ରଘୁଡେରା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ତେବେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଛି ନା ଦାନ୍ତ ଶିକାର ପାଇଁ ହାତୀକୁ ହତ୍ୟା କରାଯାଇଛି ସେନେଇ ତଦନ୍ତ କରୁଛି ବନ ବିଭାଗ । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ବାରହା ଫାଶରେ ପଡି ଦନ୍ତାହାତୀର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ମୃତ ହାତୀର ଶୁଣ୍ଢ ନିକଟରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି ।
